Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଞ୍ଜୟ ଗାନ୍ଧୀଙ୍କ ଝିଅ ବୋଲି ଦାବି କରୁଥିବା ପ୍ରିୟା ଏହି ଆସନରୁ ଲଢ଼ିବେ ନିର୍ବାଚନ : ଜାଣନ୍ତୁ

10/04/2019 at 5:44 PM

ପ୍ରୟାଗରାଜ ୧୦/୪: ସମାଜବାଦୀ ପାର୍ଟିରୁ ଅଲଗା ହୋଇ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଗଢ଼ିଥିବା ଶିବପାଲ ସିଂହ ଯାଦବ ପ୍ରୟାଗରାଜର ଐତିହାସିକ ଫୁଲପୁର ଲୋକସଭା ଆସନରୁ ସଞ୍ଜୟ ଗାନ୍ଧୀଙ୍କ ଝିଅ ବୋଲି ଦାବି କରୁଥିବା ପ୍ରିୟା ସିଂହ ପାଲଙ୍କୁ ପ୍ରାର୍ଥୀ କରିଛି।

ଗୁରୁଗ୍ରାମ​ରେ ରହୁଥିବା ପ୍ରିୟା ଅତିରିକ୍ତ ପୋଲିସ ମହାନିର୍ଦ୍ଦଶକ ଥିଲେ। ସେ କେତେକ ଟିଭି ପ୍ରୋଗ୍ରାମ୍ ଏବଂ ଫିଚର ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଗାନ୍ଧୀ ନେହେରୁଙ୍କ ପରିବାର ସହିତ ଜନ୍ମରୁ ଜଡ଼ିତ ବୋଲି ଦାବି କରୁଥିବା ପ୍ରିୟାଙ୍କୁ ଫୁଲପୁର ଆସନରୁ ପ୍ରାର୍ଥୀ କରି ଶିବପାଲ ଏକ ବଡ଼ ଖେଳ ଖେଳୁଛନ୍ତି। ଏହି ଆସନରୁ ପୂର୍ବେ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ଲଢ଼ାଇବାର ଦାବି କରାଯାଉଥିଲା।  

   Related Posts