ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ପ୍ରିୟା ପ୍ରକାଶ: ସୋସିଆଲ ମିଡ଼ିଆରେ ସେୟାର କଲେ ଟପଲେସ୍ ଫଟୋ

Published By : Prameya-News7 Bureau | June 02, 2021 IST

ମୁମ୍ବାଇ ୦୨/୦୬ : ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଆରଙ୍କୁ ଚିହ୍ନିବା କଷ୍ଟ ନୁହେଁ । ୨୦୧୮ ମସିହାରେ ତାଙ୍କର ଏକ ଭିଡିଓ କ୍ଲିପ ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା । ଭିଡିଓରେ ସେ ଆଖି ମାରୁଥିବା ନଜର ଆସିଥିଲେ । ପ୍ରିୟା କେବେ ସ୍ବପ୍ନରେ ବି ଭାବି ନଥିଲେ ଯେ ତାଙ୍କର ଗୋଟିଏ ଇସାରା ଏମିତି ଭାଇରାଲ ହୋଇଯିବ ଓ ସେ ରାତାରାତି ଲୋକପ୍ରିୟ ହୋଇଯିବେ । ବର୍ତ୍ତମାନ ପ୍ରିୟାଙ୍କର କିଛି ବୋଲ୍ଡ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯାହା ପ୍ରଶଂସକ ହୃଦୟରେ ନିଆଁ ଲଗାଇଛି ।

wp:gallery {"ids":[460545],"linkTo":"none"} /wp:gallery


ପ୍ରିୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କିଛି ବୋଲ୍ଡ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଦେଖୁ ଦେଖୁ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ପ୍ରିୟା ପ୍ରଥମଥର ପାଇଁ ଇନଷ୍ଟାଗ୍ରାମରେ ଟପଲେସ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଦେଖି ପ୍ରଶଂସକ ଚକିତ ହୋଇଯାଇଛନ୍ତି । ପ୍ରଶଂସକ ପ୍ରିୟାଙ୍କ ଏହି ଫଟୋକୁ ଖୁବ ପସନ୍ଦ କରିଛନ୍ତି । ପ୍ରଶଂସକ କମେଣ୍ଟ ବକ୍ସରେ ଖୁବ ପ୍ରଶଂସା କରିଛନ୍ତି । ପ୍ରିୟାଙ୍କ ଏହି ଫଟୋକୁ ଲକ୍ଷେରୁ ଅଧିକ ଲୋକ ପସନ୍ଦ କରିଛନ୍ତି ।
ପ୍ରିୟା ଇନଷ୍ଟାଗ୍ରାମରେ ବହୁତ ଆକ୍ଟିଭ ରୁହନ୍ତି । ସେ ନିୟମିତ ନିଜର ଫଟୋ ଓ ଭିଡିଓ ସେୟାର କରନ୍ତି । ଇନଷ୍ଟାଗ୍ରାମରେ ପ୍ରିୟାଙ୍କର ୬୯ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି ।

wp:gallery {"ids":[460546],"linkTo":"none"} /wp:gallery wp:gallery {"ids":[460547],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.