ଭାଲେଣ୍ଟାଇନ୍ ଡେ ରେ ରିଲିଜ ହେବାକୁ ଯାଉଛି ପ୍ରିୟା ପ୍ରକାଶ ଓ୍ବରିୟରଙ୍କ ଡେବ୍ୟୁ ମାଲାୟାଲାମ୍ ଫିଲ୍ମ ‘ଓରୁ ଅଦର ଲଭ’
15/12/2018 at 11:22 AM

ମୁମ୍ବାଇ୧୫/୧୨: ନ୍ୟାସନାଲ କ୍ରସ୍ ଭାବରେ ପ୍ରସିଦ୍ଧା ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଡେବ୍ୟୁ ମାଲାୟାଲାମ୍ଫିଲ୍ମ ‘‘ଓରୁ ଅଦର ଲଭ’ ୨୦୧୯ ଫେବୃୟାରୀ ୧୪ତାରିଖରେ ରିଲିଜ ହେବ। ଫିଲ୍ମର ନିର୍ଦ୍ଦେଶକ ଓମର ଲୁଲୁନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ଏକ ପୋଷ୍ଟର ମଧ୍ୟସେୟାର କରିଛନ୍ତି ଯେଉଁଥିରେ ଏକ କ୍ଲାସ ରୁମରେ ଦୁଇଜଣ ଛାତ୍ରଛାତ୍ରୀ ଶିକ୍ଷକଙ୍କଠୁ ଲୁଚି ପରସ୍ପରରହାତ ଧରିଛନ୍ତି।
ପ୍ରିୟାଙ୍କୁଭାରତରେ ୨୦୧୮ମସିହାର ସବୁଠୁ ବେଶୀ ଗୁଗୁଲରେ ସର୍ଚ କରାଯାଇଛି। ପ୍ରିୟା ମଲ୍ଲିକା ମଲାରାୟା ପୂବୀଗୀତରେ ଆଖି ମାରିବାର ଏକ ଦୃଶ୍ୟକୁ ନେଇ ସୋଶିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଥିଲେ। ପ୍ରିୟା ଗୁଗୁଲସର୍ଚ୍ଚରେ ବଲିଉଡ ଷ୍ଟାରଙ୍କୁ ମଧ୍ୟ ପଛରେ ପକାଇଦେଇଥିଲେ। ଗୁଗୁଲ ସର୍ଚ୍ଚରେ ପ୍ରିୟାଙ୍କ ପରେ ଦ୍ବିତୀୟ ସ୍ଥାନରେ ନିକ୍ ଜୋନସ ଅଛନ୍ତି।
ଏହିଫିଲ୍ମରେ ପ୍ରିୟା ପ୍ରକାଶଙ୍କ ସହ ରୋଶନ ଅବଦୁଲ ରଉଫ,ନୁରିନ ଶରିଫ,ଅରୁଣ,ମାଥ୍ୟୁ,ଯୋଶେଫ,ସିୟାଦାହମଧ୍ୟ ନଜର ଆସିବେ। ପ୍ରିୟାଙ୍କ ଆଖି ମାରିବା ଦୃଶ୍ୟ କାରଣରୁ ମିଳିଥିବା ପବ୍ଲିସିଟି ଯୋଗୁଁ ନିର୍ଦ୍ଦେଶକଏହି ଫିଲ୍ମରେ ପ୍ରିୟା ଏବଂ ରୋଶନଙ୍କ ରୋଲ୍ ବଢ଼ାଇ ଦେଇଛନ୍ତି।
‘ଓରୁଅଦର ଲଭ’ର ଗୀତର କ୍ଲିପ୍ ଭାଇରାଲ ହେବାକ୍ଷଣି ଫିଲ୍ମର ଷ୍ଟାରମାନେ ବିବାଦରେ ଫସି ଯାଇଛନ୍ତି। ହାଇଦ୍ରାବାଦରେଫିଲ୍ମର ନିର୍ଦ୍ଦେଶକ ଓମର ଲୁଲୁ ଏବଂ ଅଭିନେତ୍ରୀ ପ୍ରିୟାଙ୍କ ବିରୋଧରେ ଧାର୍ମିକ ଭାବନା କ୍ଷୁର୍ଣ୍ଣକରିବା ଅଭିଯୋଗରେ କେସ୍ ରୁଜୁ କରାଯାଇଛି। କେସ୍ କରିଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ଗୀତରେପ୍ରୟୋଗ ହୋଇଥିବା ଖଦିଜା ଶବ୍ଦ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିଛି।
‘ଓରୁ ଅଦର ଲଭ’ର ଗୀତ ମଲ୍ଲିକ୍ୟା ମଲାରାୟା ପୂବୀ କେରଳର ଲୋକଗୀତ ମପିଲ୍ଲା ପଟୁ ଗୀତ ଉପରେ ଆଧାରିତ।