ଲୋକସଭା ନିର୍ବାଚନ ଲଢ଼ିବେ ପ୍ରିୟା ଦତ୍ତ : କେଉଁ ଦଳରୁ ଲଢ଼ିବେ ଜାଣନ୍ତୁ

Published By : Prameya-News7 Bureau | March 03, 2019 IST

ମୁମ୍ବାଇ ୩/୩ : ଦିବଂଗତ କେନ୍ଦ୍ର ମନ୍ତ୍ରୀ ସୁନୀଲ ଦତ୍ତଙ୍କ ଝିଅ ଏବଂ ପୂର୍ବତନ ସାଂସଦ ପ୍ରିୟା ଦତ୍ତ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ପୂର୍ବରୁ ସେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ | ଶୁକ୍ରବାର ଦିନ ମୁମ୍ବାଇ ଆସିଥିଲେ ରାହୁଲ | ରାହୁଲଙ୍କୁ ସାକ୍ଷାତ କରିଥିଲେ ପ୍ରିୟା ଦତ୍ତ | ଏହାସହ ରାହୁଲଙ୍କ ରାଲିରେ ମଧ୍ୟ ଯୋଗ ଦେଇଥିଲେ ପ୍ରିୟା |


ସୂଚନାଯୋଗ୍ୟ ଯେ, ରାଲି ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା | ରାହୁଲ ଗାନ୍ଧୀ ବୁଝାଇବା ପରେ ଶେଷରେ ପ୍ରିୟା ନିର୍ବାଚନ ଲଢ଼ିବା ପାଇଁ ରାଜି ହୋଇଥିଲେ | ପ୍ରିୟା ନିର୍ବାଚନ ଲଢ଼ିବା କଥା ଅସ୍ବୀକାର କରିବା ପରେ ପୂର୍ବତନ ଗୃହ ରାଜ୍ୟମନ୍ତ୍ରୀ କୃପା ଶଙ୍କର ସିଂହ ଉତ୍ତର-ମଧ୍ୟବର୍ତ୍ତୀ ମୁମ୍ବାଇରୁ କଂଗ୍ରେସ ପ୍ରାର୍ଥୀ ଚୟନ ହୋଇଥିଲେ | କିନ୍ତୁ ଏବେ ସେ କହିଛନ୍ତି ସେ ସିଟରୁ ପ୍ରିୟା ନିର୍ବାଚନ ଲଢ଼ିବେ |


ପ୍ରିୟା ୨୦୦୫ ମସିହାରେ ନିଜ ବାପା ସୁନୀଲ ଦତ୍ତଙ୍କ ମୃତ୍ୟୁ ପରେ ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନରେ ଛିଡା ହୋଇଥିଲେ | ନିର୍ବାଚନରେ ବିଜୟୀ ହୋଇ ସେ ସାଂସଦ ହୋଇଥିଲେ | ଏହାପରେ ୨୦୦୯ ଲୋକସଭା ନିର୍ବାଚନରେ ଦ୍ୱିତୀୟଥର ପାଇଁ ଉତ୍ତର-ମଧ୍ୟବର୍ତ୍ତୀ ମୁମ୍ବାଇ ସିଟରେ ଛିଡା ହୋଇ ବିଜୟୀ ହୋଇଥିଲେ | କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ସେ ପୁଣି କଂଗ୍ରେସ ତରଫରୁ ଛିଡା ହୋଇଥିଲେ | କିନ୍ତୁ ବିଜେପି ପ୍ରାର୍ଥୀ ପୁନମ ମହାଜନ ପ୍ରିୟାଙ୍କ ବିପକ୍ଷରେ ଛିଡା ହୋଇ ଅଧିକ ଭୋଟରେ ପ୍ରିୟା ଦତ୍ତଙ୍କୁ ପରାସ୍ତ କରିଥିଲେ | ଆସନ୍ତା ଲୋକସଭା ନିର୍ବାଚନରେ ପୁଣି ପ୍ରିୟା ଦତ୍ତ କଂଗ୍ରେସ ପ୍ରାର୍ଥୀ ଭାବେ ଛିଡା ହୋଇ ନିର୍ବାଚନ ଜିତିବେ ବୋଲି ଆଶା କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.