ବିବାହର ୨ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ : ଘରୋଇ ହିଂସା ସହିନପାରି ନେଲେ ଏହି ନିଷ୍ପତ୍ତି

Published By : Prameya-News7 Bureau | May 01, 2019 IST

ମୁମ୍ବାଇ ୧/୫: ଏବେ ଟେଲିଭିଜନ ଜଗତର ସୁନ୍ଦରୀ ଅଭିନେତ୍ରୀ  ପ୍ରିୟା ବଠୀଜା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରିୟା ବଠୀଜା ଟିଭି ଧାରାବାହିକ ‘ଡାୟନ’ରେ ଅଭିନୟ କରିଛନ୍ତି। ତାଙ୍କର ବ୍ୟକ୍ତିଗତ ଜୀବନ ଏବେ ଠିକ୍ ଚାଲୁନାହିଁ। ପ୍ରିୟା ୨୦୧୭ମସିହାରେ ଡିଜେ କଓ୍ବଁଲଜିତ ସଦୁଲାଙ୍କୁ ବିବାହ କରିଥିଲେ ଏବଂ ଏବେ ସେ ତାଙ୍କଠୁ ଛାଡ଼ପତ୍ର ଚାହୁଁଛନ୍ତି। ଏହା ପ୍ରିୟାଙ୍କ ଦ୍ବିତୀୟ ବିବାହ ଥିଲା। ହଠାତ୍ ପ୍ରିୟାଙ୍କ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

{"id":109440,"width":595,"height":334}

ପ୍ରିୟା ନିଜେ ଏହି କଥା ଖୁଲାସା କରିଛନ୍ତି ଯେ କାହିଁକି ସେ ଅଲଗା ହେବାକୁ ଚାହୁଁଛନ୍ତି। ପ୍ରିୟା କହିଛନ୍ତି ଯେ ଦୁଇ ଥର ଏହି ପରିସ୍ଥିତିର ସମ୍ମୁଖୀନ ହେବା ପରେ ତାଙ୍କ ବିବାହ ଉପରେ ଭରସା ଉଠିଯାଇଛି। ବିବାହ କରିଥିବା ଯୋଗୁଁ ସେ ତାଙ୍କର କ୍ୟାରିୟର ଅଧାରୁ ଛାଡ଼ି ରାୟପୁରରେ ରହିଥିଲେ।

{"id":109441,"width":595,"height":340}

ଏହାପରେ ପ୍ରିୟା କହିଥିଲେ ଯେ ସେ ନିଜ ସ୍ବାମୀ ଏବଂ ଶାଶୁ ଶ୍ବଶୁରଙ୍କ ସହ ଆସି ରାୟପୁରରେ ରହିବା ପରେ ତାଙ୍କ ସ୍ବାମୀ ମୁମ୍ବାଇ ଆସିବାକୁ କହିଥିଲେ। ଏହାପରେ ତାଙ୍କ ଶାଶୁ ମଧ୍ୟ ମୁମ୍ବାଇରେ ଯାଇ ରହିବା ପାଇଁ ବାଧ୍ୟ କରିଥିଲେ। ଏହାପରେ ସେମାନେ ସମସ୍ତେ ମୁମ୍ବାଇ ସିଫ୍ଟ ହୋଇଯାଇଥିଲେ। ସେ ତାଙ୍କ ସ୍ବାମୀଙ୍କ କ୍ୟାରିୟର ଭଲ ହେବା ପାଇଁସବୁ ପ୍ରକାର ଉଦ୍ୟମ କରିଥିଲେ କିନ୍ତୁ ତାଙ୍କ ସ୍ବାମୀ କେବେ ସମ୍ପର୍କକୁ ଗମ୍ଭୀରତାର ସହ ନେଇନଥିଲେ।

{"id":109442,"width":596,"height":393}

ତାଙ୍କ ଅଲଗା ହେବାର ସବୁଠୁ ବଡ଼ କାରଣ ହେଉଛି ଘରୋଇ ହିଂସା। କଥା ବହୁତ ବଢ଼ିଯିବାରୁ ତାଙ୍କୁ ଓଶିଓ୍ବାରା ପୋଲିସ୍ ଷ୍ଟେସନରେ ଅଭିଯୋଗ କରିବାକୁ ପଡ଼ିଥିଲା। ତାଙ୍କୁ ଏହି ସମ୍ପର୍କରେ ଶାରିରୀକ ନିର୍ଯ୍ୟାତନା ସହ ମାନସିକ ନିର୍ଯ୍ୟାତନା ମଧ୍ୟ ସହିବାକୁ ପଡ଼ିଥିଲା।

{"id":109443,"width":599,"height":337}

ଏବେ ଯାଏଁ ପ୍ରିୟା ବଠୀଜାଙ୍କ ସ୍ବାମୀଙ୍କ କୈାଣସି ବୟାନ୍ ଆସିନାହିଁ। କଓ୍ବଁଲଜିତଙ୍କ ପୂର୍ବରୁ ପ୍ରିୟା  ୨୦୦୯ମସିହାରେ ଟିଭି ଅଭିନେତା ଯତିନ ଶାହଙ୍କୁ ବିବାହ କରିଥିଲେ କିନ୍ତୁ ୨ବର୍ଷ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।

{"id":109444,"width":596,"height":361}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.