ରେଳ ଷ୍ଟେସନର ଘରୋଇକରଣ : ଆଧୁନିକୀକରଣ ସହ ଷ୍ଟେସନର ନିଲାମ ଡାକିବେ ସରକାର
21/07/2020 at 8:05 PM

ନୂଆଦିଲ୍ଲୀ, ୨୧|୦୭: ୧୫୧ଟି ଯାତ୍ରୀବାହୀ ଟ୍ରେନର ଘରୋଇକରଣ ନିଷ୍ପତ୍ତି ପରେ କେନ୍ଦ୍ର ସରକାର ଏବେ ବିଭିନ୍ନ ଷ୍ଟେସନର ଆଧୁନିକୀକରଣ କରିବାକୁ ଯାଉଛନ୍ତି । ଷ୍ଟେସନଗୁଡିକର ଆଧୁନିକୀକରଣ ପରେ ଏହାର ଘରୋଇକରଣ କରାଯିବ । ଏଥିପାଇଁ ନିଲାମ ଡକାଯିବ ବୋଲି ସରକାର କହିଛନ୍ତି ।

ଏକ ଓ୍ୱେବିନାରରେ ଉଦବୋଧନ ଦେଇ ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଯେ, ଟ୍ରେନର ଘରୋଇକରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ଏହାପରେ ଷ୍ଟେସନକୁ ଆଧୁନିକକରଣ କରାଯିବ । ପରେ ଏହାର ଘରୋଇକରଣ ହେବ । ତେବେ କରୋନା ପାଇଁ ଏହି ପ୍ରକ୍ରିୟାରେ ବିଳମ୍ବିତ ହୋଇପାରେ ବୋଲି ସେ କହିଛନ୍ତି ।
ଫ୍ରେଟ୍ କରିଡରକୁ ନେଇ ସେ କହିଛନ୍ତି ଯେ, ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି । ପଶ୍ଚିମବଙ୍ଗରେ ଜମି ଅଧିଗ୍ରହଣ ଏବେସୁଦ୍ଧା ହୋଇନାହିଁ । ରାଜ୍ୟସରକାରଙ୍କ ପକ୍ଷରୁ ଜମି ହସ୍ତଗତ ହୋଇନାହିଁ । ପଶ୍ଚିମବଙ୍ଗ ସରକାର ରାଜି ହେଲେ କୋଲକାତାରେ ମେଟ୍ରୋ ସେବା ପୁଣି ଚାଲିବ ବୋଲି ସେ କହିଛନ୍ତି ।