ସରକାରୀ ଗାଡିର ଅପବ୍ୟବହାର, ହଳଦିଆ ବତୀ ଗାଡିରେ ବୁଲୁଛନ୍ତି ପର୍ଯ୍ୟଟନସ୍ଥଳୀ !

Published By : Prameya-News7 Bureau | December 26, 2020 IST

ଉଦଳା ୨୬।୧୨: ସରକାରଙ୍କ ତରଫରୁ ବିଭିନ୍ନ ବିଭାଗକୁ ଗାଡି ପ୍ରଦାନ କରାଯାଇଥିବା ବେଳେ ଗାଡି ସରକାରୀ କାର୍ଯ୍ୟରେ ନିୟୋଜିତ ହେବା ନେଇ ପୂର୍ବରୁ ନିର୍ଦ୍ଦେଶ ରହିଛି । ହେଲେ ସରକାରୀ ଗାଡି ଖୁଲମଖୁଲା ଘରୋଇ କାର୍ଯ୍ୟରେ ବ୍ୟବହୃତ ହେଉଛି । ଆଉ ସେହି ଗାଡି କେଉଁ ବିଭାଗର ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଗାଡିଟି ହେଉଛି ପୋଲିସ ବିଭାଗର ବତୀ ଲାଗିଥିବା ଗାଡି । 

{"id":383094,"sizeSlug":"large","linkDestination":"none"}

ଶୁକ୍ରବାର ଖ୍ରୀଷ୍ଟମାସ୍ ପାଇଁ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ କାଳଡ୍ୟାମ୍ ପିକନିକ୍ ସ୍ପଟରେ ଲାଗିଥିଲା ପର୍ଯ୍ୟଟକଙ୍କ ଭିଡ । କାଳଡ୍ୟାମ୍ ଗେଟ୍ ନିକଟରେ ଛିଡା ହୋଇଥିବା ଓଡି୦୫ଏଏନ୮୩୮୦ନମ୍ବର ବିଶିଷ୍ଟ ଏକ ବୋଲରୋ ଗାଡି । ସବୁଠାରୁ ବଡ କଥା ହେଲା ଗାଡି ଉପରେ ଲାଗିଥିଲା ହଳଦିଆ ବତୀ । କିଛି ଛୋଟ ପିଲାଙ୍କ ସହିତ ଜଣେ ବ୍ୟକ୍ତି ଆସି ଗାଡିରେ ବସିଥିଲେ ଏବଂ ଗାଡି ସେଠାରୁ ଚାଲି ଯାଇଥିଲା । ଏହି ଗାଡିଟି କମାଣ୍ଡାଣ୍ଟ ୫ମ ବାଟାଲିୟନ ଓଏସଏପି ବାରିପଦାଙ୍କ ମାଲିକାନାରେ ରହିଥିବା ବେଳେ ଏହି ଗାଡିକୁ ବ୍ୟବହାର କରି ବିଭାଗୀୟ ଅଧିକାରୀ ସମସ୍ତ କାର୍ଯ୍ୟ ତୁଲାଇବା କଥା । ଆଉ ଗାଡି ସାମ୍ନାରେ ପୋଲିସ ମଧ୍ୟ  ଲେଖା ହୋଇଥିଲା । ହେଲେ ଏହି ଗାଡିଟି କୌଣସି ସରକାରୀ କାର୍ଯ୍ୟରେ ନିୟୋଜିତ ନ ଥିଲା । ବରଂ ସରକାରୀ ଗାଡି ଘରୋଇ ଭାବେ ବ୍ୟବହୃତ ହୋଇଥିଲା । ପରିବାର ଲୋକଙ୍କୁ ବତୀ ଲଗା ଗାଡିରେ ବୁଲାଇବାକୁ ଆଣିଥିଲେ ଅଧିକାରୀ ।

{"id":383095,"sizeSlug":"large","linkDestination":"none"}

ଅନ୍ୟପଟେ ସରକାରଙ୍କ ପରିବହନ ବିଭାଗ ଓ୍ବେବସାଇଟରେ ଗାଡି ବାବଦରେ ମିଳିଥିବା ତଥ୍ୟ ଅନୁସାରେ ଗାଡିର ଇନ୍ସ୍ୟୁରାନ୍ସ ମଧ୍ୟ ମାର୍ଚ୍ଚ ମାସରୁ ଶେଷ ହୋଇଯାଇଛି । ତେବେ କ୍ୟାମେରା ଦେଖିବା ପରେ ଗାଡିଟି ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଚାଲିଯାଇଥିବା ବେଳେ ଏ ବାବଦରେ କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।    

{"id":383092,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.