ପୁରୀ-ହାଓ୍ବଡା ରୁଟ୍‌ରେ ଚାଲିବ ଘରୋଇ ରେଳ, ଆରମ୍ଭ ହେଲା ପ୍ରସ୍ତୁତି

Published By : Prameya-News7 Bureau | September 24, 2019 IST

ନୂଆଦିଲ୍ଲୀ ୨୪।୯: ଘରୋଇ ରେଳ ଚଳାଚଳ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଦେଶର ୨୪ଟି ରୁଟରେ ଏହି ଘରୋଇ ରେଳ ଚଳାଚଳ କରିବ । ରେଳ ବିଭାଗ ତରଫରୁ ଏନେଇ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏନେଇ ଆସନ୍ତା ୨୭ତାରିଖରେ ଦିଲ୍ଲୀରେ ବୈଠକ ବସିବ । ବୈଠକରେ ରେଳ ଚଳାଚଳ ସଂପର୍କରେ ଆଲୋଚନା କରାଯିବ ।

ଏହି ୨୪ଟି ରୁଟ୍ ମଧ୍ୟରେ ଓଡିଶାର ପୁରୀ-ହାଓ୍ବଡା ରୁଟକୁ ମଧ୍ୟ ସାମିଲ କରାଯାଇଛି । ଏଣିକି ପୁରୀ-ହାଓ୍ବାଡା ରୁଟ୍ ରେ ମଧ୍ୟ ଯାତ୍ରୀମାନେ ଘରୋଇ ରେଳର ସୁବିଧା ପାଇପାରିବେ ।

ଆସନ୍ତା ୨୭ତାରିଖରେ ଅନୁଷ୍ଠିତ ବୈଠକରେ ରେଳ ବିଭାଗର ସମସ୍ତ ୟୁନିଟକୁ ଯୋଗଦେବା ନେଇ  ରେଳ ମନ୍ତ୍ରଣାଳୟ ତରଫରୁ ଚିଠି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.