Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ବର୍ଷେ ନପୂରୁଣୁ ଭାରତର ପ୍ରଥମ ଘରୋଇ ଟ୍ରେନ୍‌ର ଯାତ୍ରା ହେବ ଶେଷ, ଏକ୍ସପ୍ରେସ୍‌କୁ ମିଳୁନାହାନ୍ତି ପାସେଞ୍ଜର

17/11/2020 at 10:31 PM

ନୂଆଦିଲ୍ଲୀ ୧୭/୧୧: ଭାରତର ପ୍ରଥମ ଘରୋଇ ଟ୍ରେନ୍‌ର ସ୍ପିଡ୍‌ରେ ଲାଗିବାକୁ ଯାଉଛି ବ୍ରେକ୍‌। ଖୁବଶୀଘ୍ର ଟ୍ରେନ୍‌ ସେବା ବନ୍ଦ କରିପାରେ। ଦୁଇଟି ରୁଟ୍‌ରେ ଏହି ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ନୁଆଦିଲ୍ଲୀ- ଲକ୍ଷ୍ନୌ ରୁଟ୍‌ରେ ଦୌଡ଼ୁଥିବା ତେଜସ୍‌ ଏକ୍ସପ୍ରେସ୍‌ ନଭେମ୍ବର ୨୩ରେ ବନ୍ଦ ହେବାକୁ ଥିବା ବେଳେ ୨୪ ନଭେମ୍ବରରେ ଅମହମଦାବାଦ-ମୁମ୍ବାଇ ଏକ୍ସପ୍ରେସ୍‌ ଯାତ୍ରା ବନ୍ଦ କରିବ।

 ଆଇଆରସିଟିସି ଦ୍ବାରା ପରିଚାଳିତ ହେଉଥିବା ତେଜ୍‌ସ ଏକ୍ସପ୍ରେସ୍‌ ବନ୍ଦ ହେବା ପଛର ମୂଳ କାରଣ ଯାତ୍ରୀ ବୋଲି କୁହାଯାଉଛି। କାରଣ କରୋନା କାଳରେ ଭିଆଇପି ତେଜସ୍ ଏକ୍ସପ୍ରେସ୍‌ରେ‌ ଯାତ୍ରୀ ଟିକେଟ୍‌ ବୁକ୍‌ କରୁନାହାନ୍ତି। ଏହା ଦ୍ବାରା ରେଳ ବିଭାଗକୁ ଏଥିରୁ କିଛି ଲାଭ ମିଳୁନଥିବା ସୂଚନା ମିଳିଛି।

ଗୋଟିଏ ଦିନ ପାଇଁ ତେଜସ୍ ଏକ୍ସପ୍ରେସ୍‌ର ଖର୍ଚ୍ଚ ୧୫-୧୬ ଲକ୍ଷ ହେଉଥିବା ବେଳେ ଯାତ୍ରୀଙ୍କ ସଂଖ୍ୟା କମ୍‌ ରେଳ ବାଇକୁ ଘାଟାରେ ପକାଉଛି। ଏହା ପ୍ରଥମ ନୁହେଁ ଯେ ତେଜସ୍‌ ଏକ୍ସପ୍ରେସ୍‌ରେ ବ୍ରେକ୍‌ ଲାଗିଛି। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ୧୯ରେ ଏହି ଟ୍ରେନ୍‌ ଅପରେସନ୍‌ ବନ୍ଦ କରାଯାଇଥିଲା। ପରେ କରୋନା ମହାମାରୀ ପାଇଁ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ଥିଲା।

ତେଜ୍‌ସ ଏକ୍ସପ୍ରେସ୍‌ରେ ୭୫୮ ବୁକିଂ ହେବାକୁ ଥିବା ବେଳେ ଏବେ କେବଳ ୫୦-୬୦ ବୁକିଂ ହେଉଛି। ଯଦି ପ୍ରତି ସିଟ୍‌ର ମୂଲ୍ୟ ହାରାହାରି ୧୦୦୦ ଟଙ୍କା ବୋଲି ଧରିନିଆଯାଏ ତେବେ କେବଳ ୫୦-୬୦ ହଜାର ରୋଜଗାର ହେଉଛି। ଦିନକୁ ୧୫ ଲକ୍ଷ ଖର୍ଚ୍ଚ ହେଉଥିବା ବେଳେ ୫୦ ହଜାର ରୋଜଗାର ନିହାତି ଭାବେ ଏକ ବୃହତ୍ତ କ୍ଷତି। କହିରଖୁଛୁ ଯେ, ଆଇଆରସିଟିସି ଦ୍ବାରା ଲକ୍ଷ୍ନୌ-ଦିଲ୍ଳୀ-ଲକ୍ଷ୍ନୌ ତେଜସ୍‌ ଏକ୍ସପ୍ରେସ୍‌ ସେବା ଅକ୍ଟୋବର ୨୦୧୯ରେ ଆରମ୍ଭ ହୋଇଥିଲା। ପରେ ଅହମଦାବାଦ-ମୁମ୍ବାଇ ତେଜ୍‌ସ ସେବା ଚଳିତ ବର୍ଷ ଜାନୁଆରୀରେ ଆରମ୍ଭ ହୋଇଥିଲା।

   Related Posts