ମହାକାଶ ଅଭିଯାନରେ ଏବେ ଘରୋଇ କମ୍ପାନୀଙ୍କୁ ସ୍ୱୀକୃତି, ରକେଟ୍ ଏବଂ ସାଟେଲାଇଟ୍ ନିର୍ମାଣ ଲାଗି ଅନୁମତି ଦେବାକୁ ଘୋଷଣା କଲା ଇସ୍ରୋ

Published By : Prameya-News7 Bureau | June 25, 2020 IST

ନୂଆଦିଲ୍ଲୀ, ୨୫|୦୬: ଆଗାମୀ ଦିନରେ ଭାରତରେ ମହାକାଶ ଗବେଷଣା କ୍ଷେତ୍ରରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଦେଶର ଘରୋଇ କମ୍ପାନୀ ମଧ୍ୟ ରକେଟ୍ ଓ ସାଟେଲାଇଟ୍ ତିଆରି କରିପାରିବେ ବୋଲି ଘୋଷଣା କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ।  ଇସ୍ରୋ ମୁଖ୍ୟ କେ. ଶିବନ୍ କହିଛନ୍ତି ଯେ, ଏବେ ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ପାଇଁ ଖୋଲି ଦିଆଯାଇଛି । ପୂର୍ବରୁ ନାସା ମଧ୍ୟ ଘରୋଇ କମ୍ପାନୀର ସ୍ପେସଏକସର ମହାକାଶଯାନରୁ ଦୁଇଜଣଙ୍କୁ ସ୍ପେସ୍ ଷ୍ଟେସନ୍ ପଠାଇଛି ।

ଗୁରୁବାର କେ, ଶିବନ୍ କହିଛନ୍ତି ଯେ, ଘରୋଇ କ୍ଷେତ୍ରକୁ ଏବେ ରକେଟ୍, ସାଟେଲାଇଟ୍ ତିଆରି କରିବା ଓ ଉତକ୍ଷେପଣ କରିବା ଭଳି ଅନୁମତି ପ୍ରଦାନ କରାଯିବ । ଘରୋଇ କ୍ଷେତ୍ର ଇସ୍ରୋର ବିଭିନ୍ନ ମିଶନରେ ଅଂଶବିଶେଷ ହୋଇପାରିବ । ତେବେ ଏହା ଉପରେ ଇସ୍ରୋ ତରଫରୁ ଅନୁସନ୍ଧାନ ଓ ବିକାଶମୂଳକ କାର୍ଯ୍ୟ ଜାରି ରହିବ ।

wp:html /wp:html

ଗତ କିଛି ବର୍ଷ ଧରି ଘରୋଇ କମ୍ପାନୀ ଇସ୍ରୋକୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରୁଥିଲେ । ଇସ୍ରୋର ଏହି ପଦକ୍ଷେପ ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରିବ । ଏହା ବ୍ୟତୀତ ଏହି କ୍ଷେତ୍ର ଆଗକୁ ମଧ୍ୟ ବଢିବ । ଆମେରିକା, ଚୀନ ଓ ୟୁରୋପର ଅନେକ ଦେଶ ମହାକାଶ କ୍ଷେତ୍ରରେ ପୂର୍ବରୁ ଘରୋଇ ସେକ୍ଟରକୁ ଅନମୁତି ପ୍ରଦାନ କରିସାରିଛନ୍ତି ।

ବୁଧବାର କ୍ୟାବିନେଟ୍ ମହାକାଶ ସହ ଜଡିତ ସମସ୍ତ ଗତିବିଧିରେ ଘରୋଇ କ୍ଷେତ୍ରର ଭାଗିଦାରୀକୁ ମଞ୍ଜୁରି ପ୍ରଦାନ କରିଥିଲା । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏନେଇ ସୂଚନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.