Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ସ୍କୁଲର ପ୍ରିନ୍ସିପାଲ୍ ଟିଭିରେ ସହିଦଙ୍କ ପାର୍ଥିବ ଶରୀରକୁ ଦେଖି ନିଜ ଚୁଡ଼ି ବିକି ଦାନ କଲେ ୧ଲକ୍ଷ ୩୮ହଜାର ୩୮୭ଟଙ୍କା

22/02/2019 at 3:48 PM

 ବରେଲି ୨୨/୨: ଜାମ୍ମୁ କାଶ୍ମୀରର ପୁଲଓ୍ବାମାରେ ଫେବୃୟାରୀ ୧୪ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ସିଆରପିଏଫ ଯବାନ ସହିଦ ହୋଇଯିବା ଘଟଣା ସମଗ୍ର ଦେଶକୁ ସ୍ବବ୍ଧ କରି ଦେଇଛି। ଦେଶବ୍ୟାପି ସହିଦଙ୍କ ପରିବାରକୁ ସାହାଯ୍ୟର ହାତ ଉଠୁଛି। ସାଧାରଣ ଲୋକେ ମଧ୍ୟ ସହିଦଙ୍କ ପରିବାରକୁ ସାହାଯ୍ୟ କରିବାକୁ ଉଦ୍ୟମ କରିବାକୁ ଚାହୁଁଛନ୍ତି। ଉତ୍ତର ପ୍ରଦେଶର ବରେଲିର ଏକ ପ୍ରାଇଭେଟ୍ ସ୍କୁଲର ପ୍ରିନ୍ସିପାଲ୍ ନିଜର ସୁନା ଚୁଡ଼ି ବିକ୍ରି କରି ପାଖାପାଖି ୧ଲକ୍ଷ ୩୮ହଜାର ୩୮୭ ଟଙ୍କାର ରାଶି ସହିଦଙ୍କ ପରିବାରକୁ ସହାୟତା ପାଇଁ ଦାନ କରିଛନ୍ତି।

 ଏକ ପ୍ରାଇଭେଟ୍ ସ୍କୁଲର ପ୍ରିନ୍ସିପାଲ୍ କିରଣ ଝାଗଓ୍ବାଲ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ୪୦ଜଣ ସିଆରପିଏଫ ଯବାନଙ୍କ ପରିବାରକୁ ୧ଲକ୍ଷ ୩୮ହଜାର ୩୮୭ଟଙ୍କା ସହାୟତା ରାଶି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ସେ କହିଛନ୍ତି ପୁଲଓ୍ବାମା ଆକ୍ରମଣ ପରେ ଯେତେବେଳେ ସହିଦଙ୍କ ପାର୍ଥିବ ଶରୀର ତାଙ୍କ ପରିବାର ଲୋକଙ୍କ ପାଖକୁ ପହଞ୍ଚିଥିଲା ଏବଂ ସେ ସହିଦଙ୍କ ସ୍ତ୍ରୀଙ୍କୁ କାନ୍ଦୁଥିବାର  ଟିଭିରେ ଦେଖିଥିଲେ ସେତେବେଳେ ତାଙ୍କୁ ବହୁତ ଦୁଃଖ ଲାଗିଥିଲା।

କିରଣ କହିଛନ୍ତି ତାଙ୍କୁ ଲାଗିଥିଲା ଯେ ଏହି ମହିଳାଙ୍କ ପାଇଁ କ’ଣ କରିପାରିବେ। ଠିକ୍ ସେହି ସମୟରେ ସେ ତାଙ୍କ ସୁନାକୁ ବିକିବାର ନିଷ୍ପତ୍ତି ନେଇଥିଲେ। ଏହି ସୁନାକୁ ବିକି ଯେତିକି ଟଙ୍କା ମିଳିଥିଲା ତାକୁ ସେ ପୁଲଓ୍ବାମାରେ ହୋଇଥିବା ଯବାନଙ୍କ ପରିବାର ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇ ଦେଇଥିଲେ।

କିରଣ ଝାଗଓ୍ବାଲ କହିଛନ୍ତି ଆମ ଦେଶ ୧୩୦କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ। ଯଦି ଦେଶର ସବୁ ପରିବାର ନିଜ ତରଫରୁ ଏକ ଟଙ୍କା ଦାନ କରନ୍ତି ତେବେ ସହିଦଙ୍କ ପରିବାର ଲୋକଙ୍କ ପାଇଁ ବହୁତ ଟଙ୍କା ଜମା ହୋଇଯିବ। ସେ କହିଛନ୍ତି ଯେଉଁ ଚୁଡ଼ି ସେ ସହିଦଙ୍କ ପରିବାରକୁ ଦାନ କଲେ ଏହା ତାଙ୍କ ବାପା ତାଙ୍କୁ ଦେଇଥିଲେ। ସେ ନିଜ ସ୍କୁଲରେ ୨ମିନିଟ୍ ନିରବ ହୋଇ ଶୋକ କରିଥିଲେ ଏବଂ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

   Related Posts