ସ୍କୁଲ୍ ମ୍ୟାନେଜରଙ୍କ ଆତ୍ମହତ୍ୟା , ନୋଟ୍‌ରେ ଲେଖିଲେ-‘ମୋତେ ମୁଖାଗ୍ନୀ ଦେବ ମୋ ଝିଅ ନହେଲେ.. ମୋ ଆତ୍ମାକୁ ମିଳିବନି ଶାନ୍ତି’…

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଳୀ ୦୧।୧୨ : ଉତ୍ତର ପ୍ରଦେଶର ଦେଓରିଆ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି । ଯେଉଁଠାରେ ଜଣେ ଘରୋଇ ବିଦ୍ୟାଳୟର ପରିଚାଳକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପରେ ତାଙ୍କ ଠାରୁ ସାତ ପୃଷ୍ଠାର ନୋଟ ମିଳିଛି । ଯେଉଁଥିରେ ସେ ତାଙ୍କ ପତ୍ନୀ ନୀତୁଙ୍କୁ କ୍ଷମା ମାଗିଛନ୍ତି। ଏହା ସହ ଅନେକ ଭାବପ୍ରବଣହୋଇ ଲେଖିଛନ୍ତି-  'ନୀତୁ ମୁଁ ଦୁଃଖିତ, ହେଲେ ତୁମେ ତୁମର ଲକ୍ଷ୍ୟକୁ କେବେ ଭୁଲିବ ନାହିଁ । ଆମ ଝିଅର ଯତ୍ନ ନେବ । କେବଳ ଏତିକି ନୁହଁ ଝିଅ ଆରାଧ୍ୟା ମୋର ମୁଖାଗ୍ନୀ ଦେବ, ଏହା କଲେ ମୁଁ ଶାନ୍ତି ପାଇବି । ଏହା ବ୍ୟତୀତ ମୋର ସ୍ୱପ୍ନ ଅଛି କି ମୋ ଝିଅ ଜଣେ ଅଧିକାରୀ ହେବା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୁହାଯାଉଛି ଯେ ଅମିତ ଯାଦବ ମୁମ୍ବାଇରୁ କମ୍ପ୍ୟୁଟର ଇଞ୍ଜିନିୟର ପଡିବା ପରେ ଅମିତ୍‌ ଗାଁକୁ ଫେରି ଆସିଥିଲେ । ନିବହିଂ ମାର୍ଗ ଠାରେ ଅମିତ ତାଙ୍କ ପତ୍ନୀ ନୀତୁ ଯାଦବ ଏବଂ ଦେଢ ବର୍ଷର ଝିଅ ଆରାଧ୍ୟାଙ୍କ ସହ ରହୁଥିଲେ ରୁହନ୍ତି । ପାଞ୍ଚ ବର୍ଷ ପୂର୍ବେ ସେ ଏଲ୍‌ବିଆର ପବ୍ଲିକ୍ ସ୍କୁଲ୍ ରେ କାମ କରୁଥିଲେ । ଏହା ପରେ ସେ ବ୍ୟାଙ୍କରୁ ଲୋନ୍‌ ନେଇ ଦୁଇଟି ବସ୍ ଏବଂ ତିନୋଟି ଗାଡି କିଣିଥିଲେ। ହେଲେ ଲକଡାଉନରେ ସ୍କୁଲ ବନ୍ଦ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଗାଡିର କିସ୍ତି ଜମା କରିବାରେ ମଧ୍ୟ ବହୁ ଅସୁବିଧା ହେବା ସହ ଚାପରେ ରହୁଥିଲେ ।

ହେଲେ ଗତ ସୋମବାର ଦିନ ସନ୍ଧ୍ୟାରେ ସ୍କୁଲକୁ ଯାଇଥିଲେ। ସେଠାରେ ସେ ସ୍କୁଲ୍‌ ରୁମ୍‌ରେ ନିଜକୁ ବନ୍ଦ କରି ଫ୍ୟାନର ହୁକରେ କପଡା ଟାଙ୍ଗି ଆତ୍ମହତ୍ୟା କରିଥିଲେ । ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ତାଙ୍କ ପତ୍ନୀ ତାଙ୍କୁ ବହୁ ବାର ଫୋନ୍‌ କରିଥିଲେ। ହେଲେ ସେ ନଉଠାଇବରୁ ଟ୍ରାକ୍ଟର ଡ୍ରାଇଭର ସହିତ ସ୍କୁଲରେ ପହଞ୍ଚିଥିଲେ । ଲୋକଙ୍କ ସାହାଯ୍ୟରେ କବାଟ ଖୋଲି ଯେତେବେଳେ ଦେଖିଲେ ଚିତ୍କାର କରିବାକୁ ଲାଗିଲେ । ଘଟଣାସ୍ଥଳରେ ଲୋକମାନେ ଅମିତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ । ହେଲେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.