ଚାକିରୀଆଙ୍କ ପାଇଁ ଖୁସୀ ଖବର : ଅଫିସ ପରେ ରହିବନି ଅଫିସ ଟେନସେନ୍

Published By : Prameya-News7 Bureau | January 10, 2019 IST

ନୂଆଦିଲ୍ଲୀ ୧୦/୧: ସମଗ୍ର ଦେଶରେ କର୍ମଜୀବି ବ୍ୟକ୍ତିଙ୍କୁ ଅଫିସ୍ ପରେ ଘରେ ଫୋନରେ ବ୍ୟସ୍ତ ଥିବା ଦେଖାଯାଇଥାଏ। ଏହା ବ୍ୟତୀତ ବେଳେବେଳେ ଘରେ ବସି ମଧ୍ୟ ଇମେଲ୍ କରୁଥିବା ଦେଖିବାକୁ ମିଳିଥାଏ। ଏହା ଦ୍ବାରା କେବଳ ତାଙ୍କ ବ୍ୟକ୍ତିଗତ ଜୀବନରେ ପ୍ରଭାବ ପଡ଼ିନଥାଏ ବରଂ ତାଙ୍କ ପରିବାରକୁ ମଧ୍ୟ ତାଙ୍କ ପୂରା ସମୟ ମିଳିପାରେ ନାହିଁ।

ଏପରି କ୍ଷେତ୍ରରେ ଲୋକସଭାରେ ଏନସିପି ସାଂସଦ ସୁପ୍ରିୟା ସୁଲେ ଏକ ପ୍ରାଇଭେଟ ମେମ୍ବର ବିଲ୍ ଆଗତ କରିଛନ୍ତି। ଏହି ବିଲ୍ ବିଷୟରେ ଜାଣି ପ୍ରତ୍ୟେକ କର୍ମଜୀବିମାନେ ଖୁସି ହୋଇଯିବେ।  ଏହି ବିଲ୍ ଅନୁସାରେ  ଯଦି ଆପଣଙ୍କ ଅଫିସ ସମୟ ସମାପ୍ତ ହୋଇଯାଉଛି ତେବେ ଆପଣଙ୍କୁ ତାପରେ ପୂରା ଅଧିକାର ଅଛି ଆପଣ ଅଫିସର କୈାଣସି କଲ୍ କିମ୍ବା ଇମେଲର ଉତ୍ତର ଦେବେନାହିଁ। ‘ରାଇଟ୍ ଟୁ ଡିସକନେକ୍ଟ’ ନାମରେ ଏହି ବିଲ୍ ଏଥିପାଇଁ ଆରମ୍ଭ କରାଯାଇଛି ଯାହା ଫଳରେ କର୍ମଚାରୀଙ୍କ ଚିନ୍ତାକୁ କମ୍ କରାଯାଇପାରିବ। ଯାହା ଦ୍ବାରା କର୍ମଚାରୀଙ୍କ ଅଫିସ୍ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ଅବସାଦକୁ ଦୂର କରାଯାଇପାରିବ।

କେବଳ ଭାରତରେ ନୁହେଁ ବରଂ ବିଭିନ୍ନ ଦେଶରେ ଏହି ବିଲକୁ ନେଇ ଚର୍ଚ୍ଚା ଚାଲିଛି। ଫ୍ରାନ୍ସ,ନ୍ୟୁୟର୍କ ଏବଂ ଜର୍ମାନୀରେ ଏହା କାର୍ଯ୍ୟକାରୀ କରାଯାଇଛି। ଏହି ବିଲ୍ ଡିସେମ୍ବର ୨୮ତାରିଖ ଆଗତ କରାଯାଇଥିଲା ଏବଂ ଏଥିରେ କୁହାଗଲା ଯେ ଏକ କର୍ମଚାରୀ କଲ୍ୟାଣ ପ୍ରାଧିକରଣ ସ୍ଥାପନା କରାଯିବ। ଏହି ପ୍ରାଧିକରଣ ମଧ୍ୟରେ ଆଇଟି,ଲେବର ମନ୍ତ୍ରୀ ଏବଂ କମ୍ୟୁନିକେସନ ସାମିଲ ହେବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.