ରାଜଧାନୀରେ କାଲିଠାରୁ ଦେଢ ମାସ ଯାଏଁ ବନ୍ଦ ରହିବ ପ୍ରାଇଭେଟ ମଦ ଦୋକାନ, ଜାଣନ୍ତୁ କାହିଁକି

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ ୩୦/୦୯ : ରାଜଧାନୀ ଦିଲ୍ଲୀରେ ଆଲକହଲ ଓ ବିୟର ସେବନ କରୁଥିବା ଲୋକଙ୍କୁ କାଲିଠାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। କେଜ୍ରିୱାଲ ସରକାରଙ୍କ ନୂଆ ଅବକାରୀ ନୀତି ଅନୁଯାୟୀ ଅକ୍ଟୋବର ୧ ତାରିଖରୁ ପ୍ରାଇଭେଟ ମଦ ଦୋକାନ ବନ୍ଦ ହୋଇଯିବ। ତେବେ ନଭେମ୍ବର ୧୭ ତାରିଖରୁ ଦିଲ୍ଲୀରେ ପୁଣି ମଦ ବିକ୍ରି ଆରମ୍ଭ ହୋଇଯିବ।

କେଜ୍ରିୱାଲ ସରକାରଙ୍କ ଆଦେଶ ଅନୁଯାୟୀ, ଅକ୍ଟୋବର ୧ ତାରିଖରୁ ନଭେମ୍ବର ୧୬ ତାରିଖ ମଧ୍ୟରେ ପ୍ରାଇଭେଟ ମଦ ଦୋକାନ ବନ୍ଦ ରହିବ ଯେପରି ନୂଆ ଅବକାରୀ ବ୍ୟବସ୍ଥା ସୁଚାରୁ ରୂପେ ଲାଗୁ କରାଯାଇପାରିବ। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ପ୍ରାଇଭେଟ ମଦ ଦୋକାନ ବର୍ତ୍ତମାନ ନୂଆ ଷ୍ଟକ ମଗାଉ ନାହାନ୍ତି। ବଳି ପଡିଥିବା ଷ୍ଟକ ବି ଶେଷ କରିବାକୁ ଚେଷ୍ଟା କରୁଛନ୍ତି।

ଦିଲ୍ଲୀ ମୟୁର ବିହାର ଫେଜ-୧ ସ୍ଥିତ ଡ଼ିଏଲେଫା ଗ୍ୟାଲେରିୟା ମଲରେ ୧୩ଟି ପ୍ରାଇଭେଟ ମଦ ଦୋକାନ ଅଛି ଯାହାଙ୍କ ପାଖରେ ଏଲ-୧୦ ଲାଇସେନ୍ସ ଅଛି। କିନ୍ତୁ ସେମାନଙ୍କ ଲାଇସେନ୍ସ ନବୀକରଣ ହୋଇପାରିନାହିଁ। ଏମାନଙ୍କ ମଧ୍ୟରୁ ଗୋଟିଏ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ କହିଛନ୍ତି ଯେ ତାଙ୍କ ମାଲିକଙ୍କର ସାମାନ୍ୟ ଦୋକାନ। ତାଙ୍କ ପାଖରେ ଏତେ ଟଙ୍କା ନାହିଁ ଯେ ସେ ଲାଇସେନ୍ସ ନବୀକରଣ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.