ଟିକା ଦର ନିର୍ଦ୍ଧାରଣ ନେଇ ଘରୋଇ ହସ୍ପିଟାଲ ସଂଘର ପ୍ରତିକ୍ରିୟା: ସରକାରୀ ଓ ଘରୋଇ ପାଇଁ ସମାନ ହେଉ ମୂଲ୍ୟ

Published By : Prameya-News7 Bureau | April 25, 2021 IST

ଭୁବନେଶ୍ୱର ୨୫/୪: ଟିକା ଦର ନିର୍ଦ୍ଧାରଣ ନେଇ ପ୍ରତିକ୍ରିୟା ରଖିଛି ରାଜ୍ୟ ଘରୋଇ ହସ୍ପିଟାଲ ସଂଘ । ଘରୋଇ ମେଡିକଲ ମାନଙ୍କ ଲାଗି କୋଭିଡ ଟିକା ଦର କାହିଁକି ଡବଲ ହୋଇଛି ବୁଝା ପଡୁନି । ହୁଏତ ପରିବହନ ଓ ବଣ୍ଟନ ଖର୍ଚ୍ଚ ମିଶାଇ ଦର ଘରୋଇ ହସ୍ପିଟାଲ ଲାଗି କରାଯାଇଥାଇପାରେ । କିନ୍ତୁ ଏହି ଦର ଅତ୍ୟଧିକ ହୋଇଯାଇଛି । ଦେଶରେ ଅଧିକାଂଶ ଗରିବ ଲୋକଙ୍କ ପାଇଁ  ଏହି ଦର ସେମାନଙ୍କ ଲାଗି ଗ୍ରହଣୀୟ ନୁହେଁ ।

ସରକାରୀ ଓ ଘରୋଇ ଦର ସମାନ ହେଉ । ଘରୋଇ ଦର ଉପରେ ପୁଣି ଡାକ୍ତରଖାନାରେ ଇଞ୍ଜେକ୍ସନ ଦେବା ଚାର୍ଜ ଓ ଅବଜରଭେସନ ଚାର୍ଜ ୫୦ କି ୧୦୦ ଟଙ୍କା ଅଧିକ ପଡିବ । ଲୋକେ ଘରୋଇ ମେଡିକାଲରୁ ଡବଲରୁ ଅଧିକ ଟଙ୍କା ଦେଇ ଟିକା ନେବେ ନାହିଁ । ବରଂ ୬ ମାସ ଅପେକ୍ଷା କରି ସରକାରୀ ସୁବିଧାରେ କମ ଟଙ୍କାରେ ଟୀକା ଦେବେ । ତେଣୁ ଦର ସମାନ କରିବାକୁ ଆମେ ଦାବି କରୁଛୁ । ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କୁ ସମାନ ଦରରେ ଟିକା ମିଳିବା ଦରକାର ବୋଲି ସଂଘ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.