Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଟ୍ରାଭେଲ୍ସ ବିଲ୍ ମାମଲାରେ ପାଠକ ବାପା-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଚଣ୍ଡିଖୋଲ : ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ
  • ||
  • ଚଣ୍ଡିଖୋଲ : ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ବର : ବିଧାନସଭା ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା
  • ||
  • କଟକ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ
  • ||
  • ବଲାଙ୍ଗୀର : ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ
  • ||
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

୭୦ହଜାର ଟଙ୍କା ପାଇଁ ବନ୍ଧା ପଡିଛନ୍ତି ରୋଗୀ,କଟକର ଘରୋଇ ହସପିଟାଲରେ

28/08/2018 at 7:58 AM

ଭୁବନେଶ୍ଵର;୨୮/୦୮- ୭୦ହଜାର ଟଙ୍କା ପାଇଁ ବନ୍ଧା ପଡିଛନ୍ତି କଟକର ଘରୋଇ ହସପିଟାଲରେ । ଟଙ୍କା ନମିଳିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ବି ଚାଙ୍କୁ ଛାଡୁ ନାହାନ୍ତି । ଏଣେ କିଛି ବୁଦ୍ଧି ବାଟ ନପାଇ ପରିବାର ଲୋକ କେନ୍ଦୁଝର ଜିଲ୍ଲା ପ୍ରଶାସନର ସହାୟତା ଲୋଡିଛନ୍ତି । ଗରିବ ଆଦିବାସୀ ଘରୋଇ ହସପିଟାଲର ବ୍ୟବସ୍ଥା ସଂପର୍କରେ ଜାଣି ନଥିଲେ ।ଦଲାଲଙ୍କ କବଳରେ ପଡି କଟକ ଏସ୍ସିବି ମେଡକାଲ ବଦଳରେ କଟକ ଲିଙ୍କ ରୋଡରେ ଥିବା ସିଲଭରସିଟି ଘରୋଇ ହସପିଟାଲରେ ଭର୍ତ୍ତି ହୋଇ ଯାଇଥିଲେ । ହେଲେ ଏବେ ବନ୍ଧା ପଡି ଯାଇଛନ୍ତି କେନ୍ଦୁଝର ସଦରବ୍ଲକ ଶଙ୍କିରୀ ଗାଁର ଗରିବ ଆଦିବାସୀ ଶୁକଲାଲ ମୁଣ୍ଡା । ଶୁକଲାଲ ଏବଂ ତାଙ୍କ ଝିଅଙ୍କୁ ଗତ ୧୭ ତାରିଖ ରାତିରେ ବିଷାକ୍ତ ସାପ କାମୁଡିଥିଲା । ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଝିଅର ମୃତ୍ୟୁ ହୋଇ ଯାଇଥିଲା । ଶୁକଲାଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡମେଡିକାଲ ରେଫର କରିଥିଲେ । ହେଲେ ଶୁକଲାଲ କେମିତି କଟକ ଯିବେ ସେନେଇ କେହି ବି ଚିନ୍ତା କଲେନି । ଏତିକି ବେଳେ ଦଲାଲ ହାବୁଡରେ ପଡିଯାଇଥିଲେ । ୪ହଜାର ଟଙ୍କା ନେଇ ଦଲାଲ ଜଣକ ତାଙ୍କୁ କଟକ ଘରେଇ ଆମ୍ବୁଲାନ୍ସରେ ଆଣିଥିଲେ । ହେଲେ ଏସ୍ସିବିରେ ଭର୍ତିତ ନକରି କଟକ ଲିଙ୍କରୋଡରେ ଥିବା ସିଲଭରସିଟି ଘରୋଇ ହସପିଟାଲ ରେ ଭର୍ତ୍ତି କରିଦେଇଥିଲେ । ଆଉ ତାପରେ ପାଣି ପରି ଟଙ୍କା ଖର୍ଚ୍ଚ ହୋଇଥିଲା । ଶୁକଲାଲଙ୍କ ପତ୍ନୀ ତୁଳସୀ ଛେଳି, ଗାଇ ଏବଂ ଧାନ ବିକି ଟଙ୍କା ଯୋଗାଡ କରି ଚାଲିଥିଲେ । ଶେଷରେ ନିଜ ଘର ଖଣ୍ଡିକ ବନ୍ଧା ପକାଇ ଥିଲେ। ତୁଳସୀଙ୍କ କହିବା ଅନୁଯାୟୀ ଏବେ ପର୍ଯ୍ୟନ୍ତ ସେ ୪୫ହଜାର ଟଙ୍କା ଦେଇଥିଲେ ବି ହସପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଆହୁରି ୭୦ହଜାର ଟଙ୍କା ମାଗୁଛନ୍ତି । ନଚେତ ରୋଗୀକୁ ଛଡାଯିବ ନାହିଁ ବେଲି କହିଛନ୍ତି । ଏପରିକି ଟଙ୍କା ନଦେବା ଯାଏ ରୋଗୀକୁ ଦେଖାକରିବାକୁ ଦେଉନଥିବା ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ତୁଳସୀ ଏବେ କେନ୍ଦୁଝର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି

   Related Posts