ପ୍ରାଇଭେଟ ଫାଇନାନ୍ସ କମ୍ପାନୀମାନେ ଜୋର ଜବରଦସ୍ତ ମାଗୁଛନ୍ତି କିସ୍ତି ଟଙ୍କା, ଗୋଷ୍ଠୀ ମହିଳାମାନେ ଦେଲେ ଆତ୍ମହତ୍ୟାର ଧମକ

Published By : Prameya-News7 Bureau | August 05, 2020 IST

ଭୁବନ୫/୮: ଦେଶରେ ମହାମାରୀ କରୋନା କାୟା ବିସ୍ତାର କରି ସାରିଛି। କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କାମ ଧନ୍ଦା ନଥିବାରୁ ହାତ ଉପରେ ହାତ ପକାଇ ଶ୍ରମଜୀବି ଘରେ ବସିଛନ୍ତି।  ଏସିଆ ମହାଦେଶର ବଡ ଗାଁ ଭୁବନରେ ଏବେ କରୋନା ପଜିଟିଭ ସଂଖ୍ୟା ୪୦ ରେ ପହଞ୍ଚିଥିବା ବେଳେ ଗତକାଲି ସନ୍ଧ୍ୟାରେ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ବର୍ତ୍ତମାନ ଲୋକମାନଙ୍କ ଠାରେ ଭୟର ବାତାବାରଣ ଦେଖା ଦେଇଛି । ଭୁବନ ଲୋକମାନଙ୍କୁ କେହି କାମକୁ ଡାକୁ ନଥିବା ବେଳେ ଢେଙ୍କାନାଳ ଜିଲ୍ଲାପାଳ ଶନିବାର ଓ ରବିବାରକୁ ମିଶାଇ ପାଞ୍ଚ ଦିନ ସଟଡାଉନ ଘୋଷଣା କରିଛନ୍ତି । ଏତେ ଦୁଃଖ ପରେ ସ୍ପନ୍ଦନା ସ୍ଫ୍ରୁଟି  ପ୍ରାଇଭେଟ ଫାଇନାନ୍ସ କମ୍ପାନୀ ମହିଳାମାନଙ୍କ ଉପରେ ଜୁଲମ କରୁଥିବା ଅଭିଯୋଗ ହେଉଛି । ଏପରି ଅଭିଯୋଗ ହେଇଛି ଢେଙ୍କାନାଳ ଜିଲ୍ଲା ନୂଆ ଭୁବନ ଭଦଳିଆ ପଶି ସାହିରେ। ସାହିର କିଛି ମହିଳା ଏହି କମ୍ପାନୀରୁ ଲୋନ କରିଥିଲେ। ପ୍ରତ୍ୟେକ ମାସର କିସ୍ତି ଟଙ୍କା ଦେଇ ଆସୁଥିଲେ କିନ୍ତୁ ଭୁବନରେ ବର୍ତ୍ତମାନ ପରିସ୍ଥିତି ପାଇଁ କାମ ଧନ୍ଦା ମିଳୁନାହିଁ । ଯାହାଫଳରେ କି ସେମାନେ କିସ୍ତି ଟଙ୍କା ଦେଇପାରୁ ନାହାନ୍ତି । ଯଦି ଏପରି ଜୁଲମ କରାଯାଏ ତେବେ ଆତ୍ମହତ୍ୟାର ଧମକ ଦେଇଛନ୍ତି ମହିଳାମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.