ଭିଜିଲାନ୍ସ ଜାଲରେ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

Published By : Prameya-News7 Bureau | November 23, 2020 IST

ଭୁବନେଶ୍ବର ୨୩।୧୧: ଭିଜିଲାନ୍ସ ଜାଲରେ ସହକାରୀ ଅଧ୍ୟାପକ । ଭୁବନେଶ୍ବର ସ୍ଥିତ ଘାଟିକିଆ ସ୍ଥିତ ଇଞ୍ଜିନିୟରିଂ କଲେଜର ସହକାରୀ ଅଧ୍ୟାପକ ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି ।

ଭୁବନେଶ୍ବର ଖଣ୍ଡଗିରି ବାରୀ ସ୍ଥିତ ବାସଭବନ ପ୍ଲଟ୍ ନଂ-୧୨୧୫/୧୪୦୦ବିରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍‌ ଚାଲିଛି । ଭିଜିଲାନ୍ସ ବିଭାଗର ଏକ ଟିମ୍ ପ୍ରସନ୍ନଙ୍କ ଘର ଛାନଭିନ୍ ଚଳାଇଛି । ଛାନଭିନ୍ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ସେଗୁଡିକର ଛାନଭିନ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ତାଙ୍କର ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ରହିଥିବା ଜଣାପଡିଛି । ତେବେ ମୋଟ୍ କେତେ ଟଙ୍କା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.