କରୋନା ମୁକାବିଲା: ଘରୋଇ କମ୍ପାନୀ ପ୍ରତିଦିନ ପ୍ରସ୍ତୁତ କରୁଛନ୍ତି ୧ ଲକ୍ଷ ପିପିଇ କିଟ୍ସ୍ ଓ ଏନ୯୫ ମାସ୍କ

Published By : Prameya-News7 Bureau | April 25, 2020 IST

ନୂଆଦିଲ୍ଲୀ, ୨୫|୦୪:    କରୋନା ଭାଇରସର ମୁକାବିଲା ପାଇଁ ଶନିବାର କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଘରୋଇ କମ୍ପାନୀମାନେ ଦୈନିକ ୧ ଲକ୍ଷ ପିପିଇ କିଟ୍ସ ତିଆରି କରୁଛନ୍ତି ବୋଲି କୁହାୟାଇଛି । ଏହା ସହ ଦେଶରେ ଦୈନିକ ୧ ଲକ୍ଷ ଏନ-୯୫ ମାସ୍କ ତିଆରି ହେଉଛି । ଏଥିରେ ୧୦୪ଟି ଘରୋଇ କମ୍ପାନୀ ଲାଗିଛନ୍ତି । ଏହାସହ ୯ଟି କମ୍ପାନୀକୁ ୫୯ ହଜାର ଭେଣ୍ଟିଲେଟର ପ୍ରସ୍ତୁତ କରିବା ପାଇଁ କୁହାଯାଇଥିବା ବୈଠକରେ ଆଲୋଚନା ହୋଇଛି ।

ବୈଠକରେ ଆହୁରି କୁହାଯାଇଛି ଯେ, ଦେଶରେ ୯୨ ହଜାର ସ୍ୱୟଂସେବକ ସଙ୍ଗଠନ ଓ ନାଗରିକ ସଙ୍ଗଠନ କରୋନା ଲଢେଇରେ ସାମିଲ ହୋଇଛନ୍ତି । ଅନ୍ୟ ରାଜ୍ୟରେ ଥିବା ଶ୍ରମିକଙ୍କୁ ଖାଦ୍ୟ ଯୋଗାଣ ସହ ଅନ୍ୟ ସୁବିଧା ସେମାନେ ଉପଲବ୍ଧ କରୁଛନ୍ତି ।

{"id":259889,"width":687,"height":485,"sizeSlug":"large"}

ସଂସଦ ଭବନରେ ନିୟନ୍ତ୍ରଣ କକ୍ଷ

କରୋନା ମୁକାବିଲା ପାଇଁ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ସଂସଦ ଭବନରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନା କରାଯାଇଛି । ଏନେଇ ଗତ ୨୧ ତାରିଖରେ ବାଚସ୍ପତି ଓମ ବିରଲା ଓ ବିଧାନସଭା ବାଚସ୍ପତିଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ଏହାକୁ ସାଂସଦ, ବିଧାୟକ ଓ ସାଦାରଣ ଜନତାଙ୍କ ମଧ୍ୟରେ ଶୀଘ୍ର ଯୋଗାଯୋଗ ପାଇଁ ବ୍ୟବହାର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.