Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଗୁରୁବାରଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍, ଟିକସ ରିହାତି ପାଇ ମାଲିକ ବୁଝିଲେ

26/05/2020 at 7:55 PM

ଭୁବନେଶ୍ବର୨୬/୫: ରାଜ୍ୟରେ ଘରୋଇ ବସ୍‌ ଚାଲିବ କି ନାହିଁ, ଏ ନେଇ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଗୁରୁବାରଠାରୁ ରାଜ୍ୟରେ ଘରୋଇ ବସ୍ ଚାଲିବ ବୋଲି ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମୋ ବସ ଗଡ଼ିବା ପରେ ରାଜ୍ୟ ଘରୋଇ ମାଲିକ ସଂଘ ବୁଧବାର ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହାସହ ଘରୋଇ ବସ୍ ମାଲିକଙ୍କୁ ବଡ ଆଶ୍ୱସ୍ତି ମଧ୍ୟ ମିଳିଛି। ପରିବହନ ବିଭାଗ ତରଫରୁ ୩ ମାସ ପାଇଁ ବସର ରୋଡ୍ ଟ୍ୟାକ୍ସ୍ ଛାଡ କରାଯାଇଛି । ଏପ୍ରିଲ, ମେ ଓ ଜୁନ୍ ମାସ ପାଇଁ ରୋଡ୍ ଟ୍ୟାକ୍ସ୍ ଛାଡ କରିଛି ପରିବହନ ବିଭାଗ ।

ମଙ୍ଗଳବାର ଘରୋଇ ବସ ମାଲିକ ସଙ୍ଘ ଓ ପରିବହନ ବିଭାଗ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଟ୍ୟାକ୍ସ୍ ଛାଡ ବାବଦରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟ ସରକାର ବସ୍ ଚଳାଚଳ ପାଇଁ ଗ୍ରୀନ୍ ସିଗ୍ଲାଲ୍ ପ୍ରଦାନ କରିଥିଲେ । ତେବେ କେତେକ ଦାବି ଧରି ଅଡି ବସିଥିଲା ଘରୋଇ ବସ ମାଲିକ ସଙ୍ଘ । ଫଳରେ ରାଜ୍ୟ ସରକାରଙ୍କ ଘୋଷଣା ପରେ ବି ଘରୋଇ ବସ୍ ଚଳାଚଳ କରିପାରି ନଥିଲା । ସଙ୍ଘ ପକ୍ଷରୁ ରୋଡ୍ ଟ୍ୟାକ୍ସ୍ ଛାଡ ଦାବି ଉପସ୍ଥାପନା କରାଯାଇଥିଲା ।

ସେହିପରି ୨୬ ତାରିଖଠୁ ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋ ବସ୍ ଚଳାଳଚ ଆରମ୍ଭ ହୋଇଯାଇଛି । ଏହା ପ୍ରଥମେ ୭ଟି ରୁଟରେ ଚଳାଚଳ କରିବ ବୋଲି ପୂର୍ବ ସୂଚନା​‌ ଦିଆଯାଇଥିଲା। ସେହି ନିୟମ ଅନୁସାରେ ଆଜିଠୁ ବସ୍ ଚଳାଚଳ ମୋ ବସ୍ ଗୁଡିକ ଚଳାଚଳ ଆରମ୍ଭ କରିଛି । ତେବେ କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ହିଁ ବସରେ ଯାତ୍ରା କରିପାରିବେ ବୋଲି ସୂଚନା ମିଳିଛି ।

   Related Posts