Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ବସ ମାଲିକ ସଂଘଙ୍କ ନିଷ୍ପତ୍ତି: ଗୁରୁବାରଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ

27/05/2020 at 5:02 PM

ଚଣ୍ଡିଖୋଲ୨୭/୫: ଗୁରୁବାରଠୁ ରାଜ୍ୟରେ ଚାଲିବ ଘରୋଇ ବସ୍। ଏ ନେଇ ଚଣ୍ଡିଖୋଲ ଠାରେ ସାଧାରଣ ପରିଷଦ ବୈଠକରେ ନିଷ୍ପତି ନିଆଯାଇଛି। ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ, କୋଷାଧ୍ୟକ୍ଷ, ମୁଖପାତ୍ର ଏବଂ ସବୁ ଜିଲ୍ଲାର ବସ ମାଲିକ ସଂଘର କର୍ମକର୍ତ୍ତାମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ଗତକାଲି ଏ ନେଇ ସରକାରଙ୍କ ସହ ଆଲୋଚନା ହୋଇଥିଲା। ବସ ମାଲିକମାନଙ୍କ ଯାହା ଦାବି ଥିଲା, ତାହାକୁ ସରକାର ମାନି ନେଇଛନ୍ତି।ସେମାନଙ୍କ ଦାବି ଥିଲା ଯେ ୬ ମାସ ଟ୍ୟାକ୍ସ ଛାଡ଼ କରାଯାଉ। ହେଲେ ୬ ମାସ ବଦଳରେ ୩ ମାସ ଟ୍ୟାକ୍ସ ଛାଡ଼ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ବସ ମାଲିକ ସଂଘ ରଖିଥିବା ଅନ୍ୟ ଦାବି ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।

ବସ ମାଲିକମାନେ ରଖିଥିବା ଦାବି ଉପରେ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବେ ସମ୍ଫାଦକ ଦେବେନ୍ଦ୍ର କହିଛନ୍ତି। ସମାଜିକ ଦୂରତା ନିୟମ ଏବଂ ସାନିଟାଇଜେସନ ଗୁରୁତ୍ବ ଦେବା ଲାଗି କୁହାଯାଇଛି। ଏହା ବ୍ୟତୀତ ବସ୍ ଯାତ୍ରା କରିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ। ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟରେ ବସ ଚଳାଚଳ ସ୍ବାଭାବିକ ହେବ ବୋଲି ବୈଠକରେ ସୂଚନା ଦିଆଯାଇଛି।  

   Related Posts