Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

ହଳଦିଆପଦରକୁ ସିଟି ବସ୍ ଷ୍ଟାଣ୍ଡ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ : ବେସରକାରୀ ବସ ଚଳାଚଳ ବନ୍ଦ

27/11/2019 at 7:29 AM

ଗଞ୍ଜାମ ୨୭।୧୧: ଆଜିଠୁ ଗଞାମ ଜିଲ୍ଲାରୁ ବେସରକାରୀ ବସ ଚଳାଚଳ ବନ୍ଦ ରହିବ । ଅନିର୍ଦିଷ୍ଟ କାଳ ଯାଏଁ ବସ ଚଳାଚଳ ବନ୍ଦ ରଖିବାକୁ ବସ ମାଲିକ ସଙ୍ଘ ନିଷ୍ପତି ନେଇଛି ।

ସୂଚନାଯୋଗ୍ୟ ଯେ,  ପ୍ରଶାସନ ପକ୍ଷରୁ ହଳଦିଆପଦରଠାରେ ନୂଆ ବସଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଥିଲା । ଏଠାରୁ ହିଁ ବସ ଚଳାଚଳ କରିବ ବୋଲି ପ୍ରଶାସନ କହିଥିଲା । ଯାହାକୁ ବସ ମାଲିକମାନେ ବିରୋଧ କରିଥିଲେ । ଏପରିକି ପ୍ରତିବାଦ ସ୍ୱରୁପ ଗତକାଲି ବ୍ରହ୍ମପୁରରୁ ବସ୍ ଚଳାଚଳ ବନ୍ଦ ରହିଥିଲା । ଏହାପରେ ପ୍ରଶାସନ ପକ୍ଷରୁ ମାଲିକଙ୍କ ସହ ଆଲୋଚନା ହୋଇଥିଲା । ଯାହା ବିଫଳ ହୋଇଛି । ତେଣୁ ବସ ମାଲିକ ସଙ୍ଘ ଆଜି ସାରା ଜିଲ୍ଲାରୁ ବସ୍ ଚଳାଚଳ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛି । ତେବେ ଏହି ବନ୍ଦକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ପଦକ୍ଷେପ ନେଇଛି । ଭଞ୍ଜନଗର,  ଫୁଲବାଣୀ,  ରାୟଗଡା,  ଗଜପତି ଓ କଟକ ରାସ୍ତା ରେ ସରକାରୀ ବସ୍ ଚଳାଚଳ ପାଇଁ ଜିଲ୍ଲା ପ୍ରଶାସନର ବ୍ୟବସ୍ଥା କରିଛି । ଗୋପାଳପୁର  – ବ୍ରହ୍ମପୁର  – ଦିଗପହଣ୍ଡି ରାସ୍ତା ରେ ୮ଟି ସିଟି ବସ୍,  ବ୍ରହ୍ମପୁର  – ଛତ୍ରପୁର  – ଖଲ୍ଲିକୋଟ୍ ରାସ୍ତା ରେ ୮ଟି ସିଟି ବସ୍,  ବ୍ରହ୍ମପୁର  – ଚିକିତ୍ସା  – କନିଷି  – ପାତ୍ରପୁର ରାସ୍ତା ରେ ୫ଟି ସିଟି ବସ୍,  ବ୍ରହ୍ମପୁର  – ହିଞିଳି  – ଆସିକା  ରାସ୍ତା ରେ ୫ଟି ସିଟି ବସ୍ ପ୍ରଚଳନ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

   Related Posts