ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରଣ ନିଷ୍ପତ୍ତିକୁ ବିରୋଧ, ଆଜିଠାରୁ ଗଡିବନି ଘରୋଇ ବସ୍

Published By : Prameya-News7 Bureau | November 26, 2019 IST

ବ୍ରହ୍ମପୁର ୨୬।୧୧: ବ୍ରହ୍ମପୁର ସିଟି ବସଷ୍ଟାଣ୍ଡକୁ ହଳଦିଆପଦର ନୂତନ ବସଷ୍ଟାଣ୍ଡ୍ ସ୍ଥାନାନ୍ତରିତ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ଗଞ୍ଜାମ ଜିଲ୍ଲା ଘରୋଇ ମାଲିକ ସଂଘ ବିରୋଧ  କରିଛି ।

{"id":189916,"sizeSlug":"large"}

ଆଜିଠାରୁ ଜିଲ୍ଲାରେ ଘରୋଇ ବସ୍ ନଗଡିବାକୁ ସଂଘ ନିଷ୍ପତ୍ତି ନେଇଛି । ନିଜ ନିଜ ଘର ସମ୍ମୁଖରେ ବସ୍ ରଖିବାକୁ ସଂଘ ନିଷ୍ପତ୍ତି କରିଛି । ବ୍ରହ୍ମପୁର ସିଟି ବସ୍ ଷ୍ଟାଣ୍ଡ୍ କୁ ସ୍ଥାନାନ୍ତରଣ କରାଯିବ ବିରୋଧରେ ଏପରି ନିଷ୍ପତ୍ତି ନେଇଛି ସଂଘ ।

{"id":189917,"sizeSlug":"large"}

ସିଟି ବସ୍ ଷ୍ଟାଣ୍ଡ୍ ର ଅବସ୍ଥା ଭଲ ନଥିବାରୁ ଏହାକୁ ମରାମତି କରାଯିବ। ଏଥିପାଇଁ ଏହି ବସ୍ ଷ୍ଟାଣ୍ଡ୍ ହଳଦିଆପଦରକୁ ସ୍ଥାନାନ୍ତରିତ କରାଯିବାକୁ ପ୍ରଶାସନ ସ୍ଥିର କରିଥିଲା । ଜିଲ୍ଲାର ପାଖାପାଖି ୮୦୦ ଘରୋଇ ବସ୍ ଚଳାଚଳ କରୁଛି । ବସ୍ ଚଳାଚଳ ବନ୍ଦ ହେଲେ ଯାତ୍ରୀମାନେ ନାହିଁନଥିବା ଅୁବିଧାର ସମ୍ମୁଖିନ ହେବାର ସମ୍ଭାବନା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.