ବସ୍ ମାଲିକ ଓ କର୍ମଚାରୀ ମଧ୍ୟରେ ବିବାଦ ; ଗଜପତିକୁ ଘରୋଇ ବସ୍ ଚଳାଚଳ ବନ୍ଦ

Published By : Prameya-News7 Bureau | August 24, 2018 IST

ଗଜପତି ୨୫/୮ : ଗଜପତି ଜିଲ୍ଲାକୁ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ଘରୋଇ ବସ୍ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ବିବାଦ ଯୋଗୁଁ ବସ୍ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇପଡିଛି । ବସ୍ କର୍ମଚାରୀଙ୍କୁ ଘରୋଇ ବସ୍ ମାଲିକ ମାଡ ମାରିଥିବା ଅଭିଯୋଗରେ ଗତକାଲି ଥାନାରେ ଏତଲା ଦିଆଯାଇଥିଲା । ପରେ ବସ୍ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନାରୁ କୌଣସି ସୁଫଳ ନମିଳିବାରୁ ସମସ୍ତ ବସ୍ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି ।ବସ୍ ଚଳାଚଳ ବନ୍ଦ ରହିବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସାଧାରଣତଃ ସ୍କୁଲ କଲେଜ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ଆଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.