ଆଜିଠୁ ରାଜ୍ୟରେ ଗଡିଲା ଘରୋଇ ବସ୍ : ପ୍ରଥମ ଦଫାରେ କିଛି ଚାଲିଛି, ସମ୍ପୂର୍ଣ୍ଣ ଚଳାଚଳ ପାଇଁ ଲାଗିବ ୧୦ଦିନ

Published By : Prameya-News7 Bureau | May 28, 2020 IST

ଭୁବନେଶ୍ବର ୨୮।୫: ଆଜିଠୁ ସାରା ରାଜ୍ୟରେ ଚାଲିଲା ଘରୋଇ ବସ୍ । ଘରୋଇ ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ବସ୍ ଚାଳାଚଳ ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଭଡ଼ା ଅନୁଯାୟୀ ଯାତ୍ରୀ ମାନେ ଭଡ଼ା ଦେବେ । ସିଟ୍ ସଂଖ୍ୟା ଅନୁଯାୟୀ ବସ୍ ରେ ଯିବେ ଯାତ୍ରୀ ।

ରାଜ୍ୟ ସରକାରଙ୍କ କୋଭିଡ୍-୧୯ ଗାଇଡ ଲାଇନକୁ ଅନୁସରଣ କରାଯାଇ ବସ୍ ଚାଲିବ । ଚଳାଚଳ ପୂର୍ବରୁ ସମସ୍ତ ବସ୍ ସାନିଟାଇଜ୍ କରାଯିବ । ସବୁ ଯାତ୍ରୀ ମାସ୍କ ପିନ୍ଧି ବସ୍ ରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି । ଯଥାସମ୍ଭବ ସାମାଜିକ ଦୂରତ୍ବ ଅବଲମ୍ବନ କରାଯାଇ ବସ୍ ଚଳାଚଳ କରାଯିବ ବୋଲି କହିଥିଲେ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ।

ପ୍ରଥମ ଦଫାରେ ଆଜିଠୁ କିଛି କିଛି ବସ୍ ଚଳାଚଳ କରିଛି । ବସ୍ ଚଳାଚଳ ସମ୍ପୂର୍ଣ୍ଣ ସ୍ବାଭାବିକ ହେବାକୁ ପ୍ରାୟ ୧୦ ଦିନ ଲାଗିବ । ବୈଠକରେ ଘରୋଇ ବସ୍ ମାଲିକ ସଂଘର ଦାବି ଉପରେ ଆଲୋଚନା ହୋଇଥିଲା । ସରକାର ୩ ମାସ ରୋଡ୍ ଟ୍ୟାକ୍ସ ଛାଡ଼ କରିବାକୁ ରାଜି ହେବା ପରେ ଆଜିଠୁ ଗଡ଼ିଛି ଘରୋଇ ବସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.