Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୁନ୍ ପହିଲାରୁ ରାଜ୍ୟ ଭିତରେ ଚାଲିବ ବସ୍ ! ମନ୍ତ୍ରୀ କହିଲେ, ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ପରେ ଖୁବ୍ ଶୀଘ୍ର ନିଷ୍ପତ୍ତି

23/05/2020 at 2:12 PM

ଭୁବନେଶ୍ବର ୨୩।୫: ଖୁବଶୀଘ୍ର ଓଡିଶା ଭିତରେ ଘରୋଇ ବସ୍ ଚଳାଇବା ନେଇ ନିଷ୍ପତ୍ତି ନେବେ ସରକାର । ଘରୋଇ ବସ୍ ମାଲିକମାନେ ଯେଉଁ ଦାବି କରୁଥିଲେ ସେମାନଙ୍କୁ ପ୍ରଶାସନିକ ସହାୟତା ଯୋଗାଇଦେବା ବାବଦରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ବସ୍ ମାଲିକ ସଂଘକୁ ଡାକି ସେମାନଙ୍କ ସହ ଆଲୋଚନା କରାଯିବ । ଜୁନ୍ ୧ ରୁ ରେଳ ଚଳାଚଳ ଆରମ୍ଭ ହେଉଥିବାରୁ ଲୋକଙ୍କ ସୁବିଧା ପାଇଁ ରାଜ୍ୟରେ ବସ୍ ଚାଲିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଗତକାଲି କଟକ ମୋଟର କର୍ମଚାରୀ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସଂଘ କହିଥିଲା ଯେ, ଲକ୍ ଡାଉନ୍ ଯୋଗୁଁ ପ୍ରାୟ ୪୫ହଜାର ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ବେରୋଜଗାର ହୋଇପଡିଛନ୍ତି। ଏପରି ସ୍ଥିତିରେ ଏମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଦାବି କରିଥିଲେ । ଏହାକୁ ନଇ କଟକ ପାଲାମଣ୍ଡପ ନିକଟରେ କଟକ ମୋଟର କର୍ମଚାରୀ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଲକ୍‌ ଡାଉନ୍‌ରେ ହାତ ବାନ୍ଧି ବସିଛନ୍ତି ବସ୍ ମାଲିକ । କେବଳ ବସ୍‌ ମାଲିକ କ୍ଷତି ସହି ନାହାନ୍ତି, ତା ସହ ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲପର ସମସ୍ତେ ଜୀବିକା ହରାଇଛନ୍ତି । ମାର୍ଚ୍ଚ ୨୨ ରୁ ଲକ୍ ଡାଉନ୍ ଘୋଷଣା ହୋଇଥିଲା । ସେବେଠୁ ବସ୍ କର୍ମଚାରୀମାନେ ରୋଜଗାର ହରାଇଛନ୍ତି।

   Related Posts