ଆସନ୍ତା ୧୬ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଘରୋଇ ବସ୍ ଚଳାଚଳ ବନ୍ଦ, ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଚେତାବନୀ

Published By : Prameya-News7 Bureau | October 26, 2021 IST

ଭୁବନେଶ୍ବର ୨୬।୧୦: ରାଜ୍ୟରେ ହୁ ହୁ ହୋଇ ବଢୁଛି ତୈଳ ଦର । ଏହାର ପ୍ରତିବାଦରେ ନଭେମ୍ବର ୧୬ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିବ ଘରୋଇ ବସ୍ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏକ ଜରୁରୀ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ଆଞ୍ଚଳିକ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସାମ୍ପ୍ରତିକ ମହାମାରୀ କରୋନା ବେଳେ ବସ୍ ବ୍ୟବସାୟର ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଉପସ୍ଥାପନ କରାଯାଇଥିଲା । ଏହାସହ ପୂର୍ବରୁ ଦାବି କରାଯାଇଥିବା ଦାବି ପୂରଣ କ୍ଷେତ୍ରରେ ମନ୍ଥରତା ଯୋଗୁଁ ସଭାରେ ଉଦବେଗ ପ୍ରକାଶ ପାଇଥିଲା ।

ତୈଳ ଦର ଓ ଅନ୍ୟାନ୍ୟ ଆନୁଷଙ୍ଗୀକ ଦର ବୃଦ୍ଧି ଯୋଗୁଁ କ୍ଷତିରେ ଚାଲୁଛି ଘରୋଇ ବସ୍ ବ୍ୟବସାୟ । ତେଣୁ ଏଥିପାଇଁ ଦରକାରୀ ସରକାରୀ ସହଯୋଗ ଯୋଗାଇ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ସରକାର ତୈଳ ଦର କମ୍ କରିବା ସହିତ ଟ୍ୟାକ୍ସ ଛାଡ କରାଯିବା ଦାବି କରାଯିବା ସହ ନଭେମ୍ବର ୧୫ ପର୍ଯ୍ୟନ୍ତ ମହଲତ ଦିଆଯାଇଛି । ନହେଲେ ନଭେମ୍ବର ୧୬ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଘରୋଇ ବସ୍ ବନ୍ଦ ରହିବ ବୋଲି ଏହି ବୈଠକରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.