Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ରବିବାର ଜନତା କର୍ଫ୍ୟୁ ନେଇ ରାଜ୍ୟରେ ବନ୍ଦ ରହିବ ଘରୋଇ ବସ୍ ଚଳାଚଳ

21/03/2020 at 8:04 AM

ଭୁବନେଶ୍ବର ୨।୩: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ଅନୁସାରେ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହେବ । ସେହିଦିନ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ।

ଏ ସଂପର୍କରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରବିବାର ଦିନ ରାଜ୍ୟବ୍ୟାପୀ ଦୋକାନ ବଜାର ବନ୍ଦ ରହିବ । ଏ ସଂପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି ।

ସାରା ବିଶ୍ବରେ ୧୮୬ ଦେଶରେ ପ୍ରଭାବ ବିସ୍ତାର କରିଥିବା କରୋନାକୁ ନେଇ ଆମ ରାଜ୍ୟରେ ମଧ୍ୟ ବଢିଲା କଟକଣା । ଓଡିଶାରେ ଦ୍ବିତୀୟ ପଜିଟିଭ୍ କେସ୍ ରିପୋର୍ଟ ହେବା ପରେ, ରାଜ୍ୟରେ ଅଘୋଷିତ କର୍ଫ୍ୟୁ ଭଳି ପରିସ୍ଥିତି ।

ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକ ଏକାଠି ହେବା ଉପରେ ଲାଗିଲା ଅଙ୍କୁଶ । ବନ୍ଦ ରହିବ ରେଷ୍ଟୁରାଣ୍ଟ, ବାର୍, କ୍ୟାଣ୍ଟିନ୍ । SC/ST ହଷ୍ଟେଲ ଗୁଡିକୁ ମାର୍ଚ୍ଚ ୨୫ରୁ ଜୁନ୍ ୨୫ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ବ୍ୟତୀତ ଅନ୍ୟ କୌଣସି ସରକାରୀ ମିଟିଂ ହେବ ନାହିଁ ବୋଲି ଘୋଷଣା କରାଯାଇଛି ।

   Related Posts