Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବସ ଚଳାଚଳକୁ ନେଇ ପ୍ରତିକ୍ରିୟା ରଖିଲା ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ: କହିଲା, ରାଜ୍ୟରେ ଚାଲୁଛି ୫ ପ୍ରତିଶତ ବସ୍‌, ଯାତ୍ରୀ ମାତ୍ର ୧୦ରୁ ୧୨ ଜଣ

1/09/2020 at 3:55 PM

ଭୁବନେଶ୍ବର୧/୯: ବସ ଚଳାଚଳକୁ ନେଇ ପ୍ରତିକ୍ରିୟା ରଖିଲା ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ। ଲାକଡାଉନ୍‌ ଏବଂ ସଟଡାଉନ୍‌ ଉଠିଲା ସ୍ୱାଗତଯୋଗ୍ୟ । କିନ୍ତୁ ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ଭୟ ଯାଇନାହିଁ । ଦିନକୁ ମୋଟ୍ ୫ ପ୍ରତିଶତ ବସ୍‌ ଚଳାଚଳ କରୁଛି ଏବଂ ୯୫ ପ୍ରତିଶତ ଗାଡି ଚାଲିପାରୁ ନାହିଁ। ବସ୍‌ରେ ଯିବାକୁ ଲୋକେ ଭୟ କରୁଛନ୍ତି। ବସରେ ୧୦ରୁ ୨୦ ଜଣ ଯାତ୍ରୀ ହେଉଛନ୍ତି।

ତେଣୁ ବସ ଚଳାଇବା ମୁସ୍କିଲ ହୋଇପଡ଼ିଛି। ଲକଡାଉନ ଏବଂ ସଟଡାଉନ ଉଠିବା ପରେ ଏବେ ଗାଡି ସବୁ ଅନରୋଡ଼ ହେବା ଆରମ୍ଭ କରିଛି। ଏବେ ଆଶା ଅଛି ବସ ଚଳାଚଳ ସ୍ୱାଭାବିକ ହେଲେ ଲୋକେ ହେବେ। ଏପଟେ ରାଜ୍ୟରେ କରୋନା ରୋଗୀ ସଂଖ୍ୟା ବଢ଼ି ଚାଲିଛି । ଏବେ କଲିକତାକୁ ମାତ୍ର ୩ ଖଣ୍ଡ ବସ ଚାଲୁଛି। ହେଲେ ସେଥିରେ ଲୋକେ ହେଉନାହାନ୍ତି । ସରକାର ଏ ପ୍ରସଙ୍ଗରେ ବିଜ୍ଞାପନ ମାଧ୍ୟମରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏବେ ଘରୋଇ ବସ ସଂଖ୍ୟା ୧୬ ହଜାର  ରହିଛି । କେତେ ଅଧିକ ଗାଡି ଅନରୋଡ଼ ଆସିବ କାଲିସୁଦ୍ଧା କହିହେବ ବୋଲି କହିଲା ରାଜ୍ୟ ବସ ମାଲିକ ସଂଘ।

   Related Posts