ନିଜ ଗ୍ରାହକଙ୍କୁ EMI ତିନି ମାସ ନଭରିବାର ସୁବିଧା ଦେଲେ ICICI,HDFC : ଜାରି ହେଲା ଗାଇଡ୍‌ଲାଇନ୍‌

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ ୦୧।୦୪: ଦେଶରେ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ସରକାରୀ ବ୍ୟାଙ୍କ ପରେ ଏବେ ଘରୋଇ ବ୍ୟାଙ୍କ ମଧ୍ୟ କିସ୍ତି ଭାବେ ଋଣ ପରିଶୋଧ କରୁଥିବା ଗ୍ରାହକଙ୍କୁ ଇଏମଆଇ ତିନି ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାର ସୁବିଧା ଦେଇଛନ୍ତି। ଆଜି ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ପରି ଅନେକ ଘରୋଇ ବ୍ୟାଙ୍କ  ନିଜର ଓ୍ଵେବସାଇଟ୍‌ ଜରିଆରେ ଏହାର ଘୋଷଣା କରି ଏହି ବିଷୟରେ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା କାରଣରୁ ଋଣର ଇଏମଆଇ ତିନି ମାସ ଘୁଞ୍ଚାଇବାକୁ ରିଜର୍ଭ ବ୍ୟାଙ୍କର ଘୋଷଣା ପରେ ଲୋକେ ଏହାକୁ ଅପେକ୍ଷା କରିଥିଲେ ଯେ, ସେମାନଙ୍କର ବ୍ୟାଙ୍କ ଏହି ବିଷୟରେ କଣ ନିଷ୍ପତ୍ତି ନେଉଛି। ମଙ୍ଗଳବାର ଅନେକ ସରକାରୀ ବ୍ୟାଙ୍କ ଏବଂ କିଛି ବିତ୍ତୀୟ ସଂସ୍ଥା ନିଜର ଗ୍ରାହକଙ୍କୁ ଇଏମଆଇରେ ତିନି ମାସ ଘୁଞ୍ଚାଇ ବଡ ଆଶ୍ଵସ୍ତି ଦେଇଛନ୍ତି।

{"id":247585,"sizeSlug":"large"}

ବୁଧବାର ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ମହିନ୍ଦ୍ରା ବ୍ୟାଙ୍କ ପରି ପ୍ରମୁଖ ଘରୋଇ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଏହି ସୁବିଧା ଦେବାକୁ ଘୋଷଣା କରିଛନ୍ତି। ଗ୍ରାହକଙ୍କୁ ଏହି ସଂପର୍କରେ ମେସେଜ୍ ମଧ୍ୟ ଆସିବା ଆରମ୍ଭ ହୋଇ ଯାଇଛି।

ଏହି ସବୁ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ପୂରା ଗାଇଡ୍ ଲାଇନ୍ ଜାରି କରି ଏହାର ଲାଭ କେମିତି ଉଠାଇ ପାରିବେ ତାର ସବିଶେଷ ସୂଚନା ଦେଇଛନ୍ତି। ଆଉ ଏକ ପ୍ରମୁଖ ଘରୋଇ ବ୍ୟାଙ୍କ ଏକ୍ସିସ୍ ମଧ୍ୟ ଏହି ସୁବିଧା ଦେବାକୁ ଘୋଷଣା କରିଛି। ବ୍ୟାଙ୍କ କହିଛି ଯେ, ଏହା ଉପରେ କାମ ଜାରି ରହିଛି ଏବଂ ଶୀଘ୍ର ଗାଇଡ୍ ଲାଇନ୍ ଜାରି କରାଯିବ।

{"id":247586,"sizeSlug":"large"}

କେଉଁ ବ୍ୟାଙ୍କ କରିଛନ୍ତି ଘୋଷଣା

ଅଦ୍ୟାବଧି ସରକାରୀ କ୍ଷେତ୍ରର ଭାରତୀତ ଷ୍ଟେଟ୍ ବ୍ୟାଙ୍କ, କାନାରା ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ୍ ଓ ଆଇଡିବିଆଇ ବ୍ୟାଙ୍କ ତିନି ମାସ ପର୍ଯ୍ୟନ୍ତ ଇଏମଆଇ ନଭରିବାକୁ ଗ୍ରାହକଙ୍କୁ ସୁବିଧା ଦେଇଛନ୍ତି। ଏହି ପରି ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ମହିନ୍ଦ୍ରା ବ୍ୟାଙ୍କ ଘୋଷଣା କରି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.