Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ସରକାରଙ୍କ ସହ ଜଡିତ ସମସ୍ତ ନେଣଦେଣ କରିପାରିବେ ଘରୋଇ ବ୍ୟାଙ୍କ, କେନ୍ଦ୍ର ସରକାର ଦେଲେ ଅନୁମତି

25/02/2021 at 9:08 AM

ନୂଆଦିଲ୍ଲୀ,୨୫/୦୨:   ଏବେ ସମସ୍ତ ଘରୋଇ ଓ ବେସରକାରୀ ବ୍ୟାଙ୍କ୍ ସରକାରଙ୍କ ଦ୍ୱାରା ସମ୍ବନ୍ଧିତ ଟ୍ରାଞ୍ଜାକ୍ସନ ଭଳି ଟ୍ୟାକ୍ସ ତଥା ଅନ୍ୟ ଅର୍ଥ ସମ୍ବନ୍ଧୀୟ ସୁବିଧା, ପେନସନ୍ ଦେବା ଆଦି ସଞ୍ଚାଳନ କରିପାରିବେ । ଏହାପୂର୍ବରୁ କେବଳ କିଛି ବ୍ୟାଙ୍କକୁ ଏନେଇ ଅନୁମତି ଦିଆଯାଇଥିଲା । ସରକାର ଏବେ ସମସ୍ତ କଟକଣା ହଟାଇ ଦେଇଛନ୍ତି ।

ଏକ ବୟାନ ଜାରି କରି ସରକାର କହିଛନ୍ତି ଯେ, ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ଗ୍ରାହକ ଅେକ ଫାଇଦା ପାଇପାରିବେ । ଏପରିକି ଗ୍ରାହକଙ୍କୁ ଉନ୍ନତମାନର ସେବା ଯୋଗାଇ ଦିଆଯିବ ।

ସରକାର ଆହୁରି ମଧ୍ୟ କହିଛନ୍ତି ଯେ, ଘରୋଇ ବ୍ୟାଙ୍କ୍ ମାନେ ବ୍ୟାଙ୍କିଂ ସେକ୍ଟରରେ ଅନେକ ଉନ୍ନତମାନର ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରୁଛନ୍ତି । ଏହି ବ୍ୟାଙ୍କ ଗୁଡିକ ଭାରତୀୟ ଅର୍ଥବ୍ୟବସ୍ଥାର ବିକାଶରେ ସମାନ ସହଯୋଗୀ ହେବେ । ସାମାଜିକ କ୍ଷେତ୍ର ସହ ଯୋଜନାକୁ ଆଗକୁ ବଢାଇବେ ।

ପୂର୍ବରୁ ଥିବା କଟକଣା ହଟିବା ପରେ ଆରବିଆଇ ଦ୍ୱାରା ସରକାରୀ କାର୍ଯ୍ୟ ପାଇଁ ଘରୋଇ ବ୍ୟାଙ୍କକୁ ଅଧିକୃତ କରିବା ପାଇଁ ଆଉ କିଛି ଅସୁବିଧା ହେବ ନାହିଁ । ଏହାସହ ଏ ସମ୍ବନ୍ଧରେ ଅର୍ଥ ମନ୍ତ୍ରାଳୟ ଆରବିଆଇକୁ ନୂଆ ନିଷ୍ପତ୍ତି ବାବଦରେ ମଧ୍ୟ ଅବଗତ କରିଛି ।

   Related Posts