ଶୋଷି ନେଉଛନ୍ତି ପାଣି ; ବାକିଆ ପଡିଛି ଶହ ଶହ କୋଟି ଟଙ୍କାର ଜଳକର, ୩୩୨ଟି ଘରୋଇ ଓ ୮୨ଟି ସରକାରୀ ସଂସ୍ଥା ବାକି ରଖିଛନ୍ତି

Published By : Prameya-News7 Bureau | December 18, 2018 IST

ଭୁବନେଶ୍ବର ୧୮|୧୨: ମନ ଇଚ୍ଛା ପାଣି ଶୋଷୁଛନ୍ତି । ହେଲେ ଟଙ୍କା କାଢୁ ନାହାନ୍ତି । ମେକ୍ ଇନ୍ ଓଡ଼ିଶା ପରେ ଅପାର ଶିଳ୍ପର ସ୍ନପ୍ନ ଦେଖାଇଥିବା ଶିଳ୍ପ ସଂସ୍ଥାଙ୍କ ବାକି ପରିସଂଖ୍ୟାନ ଲାଗିଛି ନ୍ୟୁଜ୍ ସେଭେନ୍‌ ହାତରେ । ହଜାର ହଜାର କୋଟି ଟଙ୍କାର ଜଳକର ବାକି ରଖିଛନ୍ତି ୩୩୨ଟି ଘରୋଇ ଓ ୮୨ଟି ସରକାରୀ ସଂସ୍ଥା।

ଖଣି ପରେ ପାଣି । ବଡ଼ ବଡ଼ଘରୋଇ ସଂସ୍ଥା ଲୁଟୁଛନ୍ତି ରାଜ୍ୟ ତହବିଲକୁ । ଓଡ଼ିଶାରେ ବିଭିନ୍ନ କମ୍ପାନୀ ଉପରେ ଯେତିକି ଜଳକର ବାକି ରହିଛି ଆପଣ ଶୁଣିଲେ କାନରେ ହାତ ଦେଇଦେବେ। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଏମିତି କିଛି କହୁଛି। ।  ୩୩୨ ଘରୋଇ ଓ ୮୨ ସରକାରୀ ସଂସ୍ଥା ଯେତିକି ଜଳକର ବାକି ରଖିଛନ୍ତି ସେଥିରେ ଶତାଧିକ ଗାଁକୁ ଜଳସେଚନ କରିହୋଇଯିବ ।  ଟାଟା  ଷ୍ଟିଲଯୋଡ଼ା ପ୍ରକଳ୍ପ ଲାଗି ବ୍ୟବହାର କରିଥିବା ଜଳ ବାବଦରେ ୧୧୧କୋଟି ୮୬ ଲକ୍ଷ ଟଙ୍କା ବାକି ରଖିଛି। ଟାଟା ରିଫ୍ରାକ୍ଟୋରିଜ୍ ବେଲପାହାଡ ପ୍ରକଳ୍ପ ବାକି ରଖିଛି ୮୭ ଲକ୍ଷ ।  ଜୟପୁରର ସେୱା ପେପର ମିଲ୍ ୪୫୨ କୋଟି ୭୧ ଲକ୍ଷ, ଚୌଦ୍ୱାର ବଲ୍ଲାରପୁର ଇଣ୍ଡଷ୍ଟ୍ରିଜ ୩୦୫ କୋଟି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଢେଙ୍କାନଳ ପ୍ରକଳ୍ପ ୨୮ କୋଟି ୭୧ଲକ୍ଷ,  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ ୫୪କୋଟି ୯୩ ଲକ୍ଷ, ଭୂଷଣ ପାୱାର ଏଣ୍ଡ ଷ୍ଟିଲ ୫୫ କୋଟି ୧୮ ଲକ୍ଷ,  ଭୂଷଣ ଷ୍ଟିଲ୍ ଲିମିଟେଡ୍ ୩୯ କୋଟି ୪୭ ଲକ୍ଷ, ଜେ.କେ. କର୍ପୋରେସନ୍୬୪ କୋଟି ୯୫ ଲକ୍ଷ, ଆରତୀ ଷ୍ଟିଲ ୫୦ କୋଟି ୩୯ ଲକ୍ଷ । ବାକି ତାଲିକା ବେଶ୍ ଲମ୍ବା, ହେଲେ ଟଙ୍କା ଆଦାୟ ତାଲିକା ବେଶ୍ କମ୍ ।

{"id":64859}

ଖାଲି ଘରୋଇ ନୁହେଁ, ଖୋଦ୍ ସରକାରୀ ସଂସ୍ଥା ବି କିଛି କମ୍ ନୁହେଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଶାଇ ୮୨ ସଂସ୍ଥା ବାକି ରଖିଛନ୍ତି ଜଳକର । ଦେଖି ଦିଅନ୍ତୁ ଏମାନଙ୍କ ବାକି ତାଲିକା । ଇଡକୋ କଳିଂଗନଗର ୧୬ କୋଟି ୩ ଲକ୍ଷ, ପ୍ରଜେକ୍ଟ ଅଫିସର - ସମଲେଶ୍ୱରୀ ଓପନ୍ କାଷ୍ଟ୍ ପ୍ରଜେକ୍ଟ ୬୦ କୋଟି ୮୨ ଲକ୍ଷ, ଏଠିବି ତାଲିକା ଲମ୍ବା । ସରକାରୀ ସଂସ୍ଥା ହିଁ ସରକାରଙ୍କ ବାକିଆ ରଖିଛନ୍ତି । ଏ ସ୍ଥିତି ଦେଖି ବିରୋଧୀ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଆଉ ସେପଟେ କିଛି ବି ଉତ୍ତର ରଖିବାକୁ ସଫା ସଫା ମନା କରିଦେଇଛନ୍ତି ଜଳସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଯେଉଁଠି ମହାନଦୀ ଶୁଖିଯାଉଛି ବୋଲି ରାଜନୀତି ହେଉଛି। ଯେଉଁଠି ଶିଳ୍ପ ପାଇଁ ମେକ୍ ଇନ୍ ଓଡିଶାର ପରିକଳ୍ପନା କତେ କଣ ସେଠାରେ ଓଡ଼ିଶା ଭଳି ଗରିବ ରାଜ୍ୟକୁ ଲୁଟୁଛନ୍ତି କମ୍ପାନୀମାନେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.