ଭାରତୀୟ ପ୍ରବାସୀ ପ୍ରୀତି ପଟେଲ୍ ହେଲେ ବ୍ରିଟେନର ଗୃହମନ୍ତ୍ରୀ

Published By : Prameya-News7 Bureau | July 25, 2019 IST

ଲଣ୍ଡନ ୨୫/୭:  ପ୍ରବାସୀ ଭାରତୀୟ  ରକ୍ଷଣଶୀଳ ନେତା ପ୍ରୀତି ପଟେଲ (୪୭)ଙ୍କୁ ବ୍ରିଟେନର ନୂଆ ଗୃହମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ପ୍ରୀତି ଏହି ପଦରେ ନିଯୁକ୍ତ ହୋଇଥିବା ପ୍ରଥମ ଭାରତୀୟ ଅଟନ୍ତି। ସେ ବ୍ରେଗ୍ଜିଟକୁ ନେଇ ଥେରେସା ମେ ଙ୍କ ନୀତିର ଦୃଢ଼ ସମାଲୋଚକ ଥିଲେ। ଏହା ପୂର୍ବରୁ ବ୍ରିଟେନର ଗୃହମନ୍ତ୍ରୀ ପାକିସ୍ତାନ ପ୍ରବାସୀ ସାଜିଦ ଜାଭିଦ ଥିଲେ। ଏବେ ତାଙ୍କୁ ଅର୍ଥ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି।

{"id":137166}

କାର୍ଯ୍ୟଭାର ନେବା ପରେ ପ୍ରୀତି କହିଛନ୍ତି ଯେ ‘ ନିଜ କାର୍ଯ୍ୟକାଳରେ ମୋର ପ୍ରଥମ ଉଦ୍ୟମ ଏହା ରହିବ ଯେ ଆମ ଦେଶ ଏବଂ ଏଠାକାର ଲୋକେ ସୁରକ୍ଷିତ ରହିବେ। ଗତ କିଛି ଦିନ ହେବ ଏଠାକାର ରାସ୍ତାରେ ହିଂସା ଦେଖାଯାଇଛି  ଯାହାକୁ ଆମେ ରୋକିବା। ଆମ ସମ୍ମୁଖରେ କିଛି ଚ୍ୟାଲେଞ୍ଜ ରହିଛି କିନ୍ତୁ ଆମେ ଏସବୁକୁ ସମ୍ମୁଖୀନ କରିବା।’ ପଦ ସମ୍ଭାଳିବାର କିଛି ଘଣ୍ଟା ପୂର୍ବରୁ ପ୍ରୀତି କହିଥିଲେ ଯେ କ୍ୟାବିନେଟ୍ କେବଳ ନୂତନ ବ୍ରିଟେନ୍ ନୁହେଁ ବରଂ ରକ୍ଷଣଶୀଳ ପାର୍ଟିକୁ ମଧ୍ୟ ସୂଚିତ କରିବା ଜରୁରୀ ଅଟେ।

{"id":137167}

ରକ୍ଷଣଶୀଳ ପାର୍ଟିରେ ଥେରେସା ମେଙ୍କୁ ହଟାଇ ବୋରିସ୍ ଜନସନଙ୍କୁ ପ୍ରଧାନମନ୍ତ୍ରୀ କରବିା ପାଇଁ ‘ବ୍ୟାକ୍ ବୋରିସ୍’ କ୍ୟାମ୍ପେନ୍ ଚାଲିଥିଲା,ପ୍ରୀତି ସେଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଜନସନ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବା ସ୍ଥିର ଥିଲା। ପ୍ରୀତି ଦୀର୍ଘ ଦିନରୁ ବ୍ରିଟେନର ୟୁରୋପୀୟ ୟୁନିଅନରୁ ବାହାରକୁ ବାହାରିବାର ପକ୍ଷ ଧରି ଆସୁଛନ୍ତି। ଏଥିପାଇଁ ସେ ୨୦୧୬ମସିହା ଜୁନ୍ ମାସରେ ‘ଭୋଟ ଲିଭ’ କ୍ୟାମ୍ପେନ୍ ମଧ୍ୟ ଚଲାଇଥିଲେ।

{"id":137168}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.