Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ଲମତାପୁଟ : ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ରାଜ୍ୟରେ ୪ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ
  • ||
  • ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା
  • ||

ଇତିହାସ ରଚିଲେ ପୃଥ୍ବୀ ସ’ : ବିରେନ୍ଦ୍ର ସେହଓ୍ବାଗ୍ ଓ ସଞ୍ଜୁ ସାମସନ୍‌ଙ୍କୁ ପଛରେ ହାସଲ କଲେ ଏହି ବିରଳ ରେକର୍ଡ୍

25/02/2021 at 7:43 PM

ଜୟପୁର ୨୫/୦୨ : ଟିମ୍ ଇଣ୍ଡିଆରେ ସ୍ଥାନ ବଜାୟ ରଖିପାରୁନଥିବା ପୃଥ୍ବୀ ସ’ ବିଜୟ ହଜାରେ ଟ୍ରଫିରେ ଇତିହାସ ରଚିଛନ୍ତି । ଗୁରୁବାର ଜୟପୁରରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ଲିଟିଲ୍‌ ମ୍ୟାନ୍‌ ପୃଥ୍ବୀ ସ’ ପୁଡୁଚେରୀ ବିପକ୍ଷରେ ଅପରାଜିତ ଦ୍ବିଶତକ ହାସଲ କରି ରେକର୍ଡ କରିଛନ୍ତି । ପୃଥ୍ବୀ ମାତ୍ର ୧୫୨ ବଲରୁ ୨୨୭ ରନ୍‌ର ବିଶାଳ ଇନିଂସ ଖେଳିଛନ୍ତି ଯେଉଁଥିରେ ୩୧ଟି ଚୌକା ଏବଂ ୫ଟି ବିଶାଳ ଛକା ସାମିଲ ଅଛି ।

ଜୟପୁରରେ ଐତିହାସିକ ଇନିଂସ ଖେଳି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ପୃଥ୍ବୀ । ଏହି କ୍ରମରେ ଲିଷ୍ଟ-ଏ ମ୍ୟାଚ୍‌ରେ କୌଣସି ଭାରତୀୟ ଅଧିନାୟକ ଭାବେ ସବୁଠାରୁ ବଡ ସ୍କୋର । ଏହା ପୂର୍ବରୁ ବିରେନ୍ଦ୍ର ସେହଓ୍ବାଗ୍‌ ୨୦୧୧ ମସିହାରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨୧୯ ରନ୍‌ର ସ୍ମରଣୀୟ ଇନିଂସ ଖେଳିଥିଲେ ।

ପୃଥ୍ବୀ ସ’ ଏହା ସହିତ ଏକାଧିକ ରେକର୍ଡ ହାସଲ କରିଛନ୍ତି । ବିଜୟ ହଜାରେ ଟ୍ରଫିରେ ସବୁଠାରୁ ବଡ ସ୍କୋର କରିବାର ରେକର୍ଡ କରିଛନ୍ତି ପୃଥ୍ବୀ । ଏହା ପୂର୍ବରୁ ଏହି ରେକର୍ଡ କେରଳର ସଞ୍ଜୁ ସାମସନ୍‌ଙ୍କ ନାଁରେ ଥିଲା । ୨୦୧୯ରେ ଗୋଆ ବିପକ୍ଷରେ ୨୧୨ ରନ୍‌ର ଇନିଂସ ଖେଳିଥିଲେ ସଞ୍ଜୁ ସାମସନ୍‌ ।

୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ପୁଡୁଚେରୀ । ଏହା ପରେ ପୁଡୁଚେରୀ ବୋଲରମାନଙ୍କ ଉପରେ ଭାରି ପଡିଥିଲେ ପୃଥ୍ବୀ ସ’ । ମାତ୍ର ୧୪୨ ବଲରୁ ଦ୍ବିଶତକ ହାସଲ କରିଛନ୍ତି ପୃଥ୍ବୀ । ୨୧ ବର୍ଷୀୟ ଯୁବ ଖେଳାଳୀଙ୍କ ଏହି ଐତିହାସିକ ଇନିଂସ ବଳରେ ନିର୍ଦ୍ଧାରିତ ୫୦ ଓଭରେ ୪ ଓ୍ବିକେଟ୍‌ ହରାଇ ୪୫୭ ରନ୍‌ କରିଥିଲା ମୁମ୍ବାଇ । ଏହା ହେଉଛି ଭାରତରେ ଖେଳାଯାଉଥିବା ଲିଷ୍ଟ୍-ଏ ମ୍ୟାଚ୍‌ର ସବୁଠାରୁ ବଡ ସ୍କୋର ।

   Related Posts