ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଖେଳିବେ ପୃଥୀ ସ’ : ପିଚ୍ ଦେଖିବା ପରେ ପ୍ଲେଇଙ୍ଗ୍ ଇଲେଭନ୍ ସିଲେକ୍ସନ୍, ଅଶ୍ବିନୀ ଓ ଜାଡେଜାଙ୍କ ମଧ୍ୟରୁ ଜଣେ !
28/02/2020 at 3:55 PM

ନୂଆଦିଲ୍ଲୀ ୨୮।୦୨: ଶନିବାର ନ୍ୟୁଜିଲାଣ୍ଡ ଖ୍ରୀଷ୍ଟଚର୍ଚ୍ଚ ଷ୍ଟାଡିୟମରେ ୨ୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ମ୍ୟାଚ୍ ତଥା ସିରିଜର ଅନ୍ତିମ ମ୍ୟାଚ୍ ଖେଳାଯିବ । ଦଳରେ ଆଘାତ ସମସ୍ୟା ନେଇ ଟେଷ୍ଟ ପୂର୍ବରୁ ଏକାଦଶ ବଦଳିପାରେ ବୋଲି ଚର୍ଚ୍ଚା ହେଉଥିଲା । ଯୁବ ବ୍ୟାଟସମ୍ୟାନ୍ ପୃଥୀ ସ ଆଘାତ ଜନିତ ସମସ୍ୟାରୁ ନଖେଳିବ ନେଇ ଆଶାଙ୍କା ସୃଷ୍ଟି ହୋଇଥିଲା । ତେବେ ସମସ୍ତ ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କୋଚ୍ ରବି ଶାସ୍ତ୍ରୀ । ଆଗାମୀ ଟେଷ୍ଟ ମ୍ୟାଚ୍ରେ ପୃଥୀ ଖେଳିବେ ବୋଲି ଶାସ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଗୁରୁବାର ଦିନ ପୃଥୀ ଖେଳୁଥିବା ଅଭ୍ୟାସ ମ୍ୟାଚ୍ ଖେଳୁଥିବା ସମୟରେ ବାମ ଗୋଡରେ ଆଘାତ ଆସିଥିଲା । ସଂଧ୍ୟା ସମୟରେ ତାଙ୍କର ପରୀକ୍ଷଣ କରାଯାଇଥିଲା । ଏବଂ ସେ ସଂପୂର୍ଣ୍ଣ ଭାବେ ଠିକ୍ ଅଛନ୍ତି । ଆଗାମୀ ୨ୟ ଟେଷ୍ଟ ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଜଣାପଡିଛି । ପ୍ରଥମ ଟେଷ୍ଟ ମ୍ୟାଚ୍ରେ ପୃଥୀଙ୍କ ଫର୍ମ ଠିକ୍ ନଥିଲା । ଟେଷ୍ଟର ୨ଟି ଇନିଂସରେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିପାରିନଥିଲେ । ଦଳରେ ସ୍ପିନରଙ୍କ ଚୟନ କିପରି ଭାବେ କରାଯାଉଥିବା ପ୍ରଶ୍ନର ଉତ୍ତର ଦେଇ ଶାସ୍ତ୍ରୀ କହିଛନ୍ତି ଯେ, ଅଶ୍ବିନୀ ଓ ଜାଡେଜାଙ୍କ ମଧ୍ୟରୁ ଆମେ ଜଣଙ୍କୁ ଖେଳାଉଛୁ । ପରିସ୍ଥିତିକୁ ଦେଖି ଓ ପିଚ୍କୁ ନଜର ରଖି ଏପରି ନିଷ୍ପତ୍ତି ନିଆଯାଇଥାଏ । ଉଭୟ ବିଶ୍ବସ୍ତରୀୟ ବୋଲର । ତେଣୁ ଉଭୟଙ୍କୁ ଟିମ୍ରେ ଠିକଣା ଭାବରେ ଚୟନ କରାଯାଉଛି ।