Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଶିବମ ମାଭିଙ୍କ ଓଭରରେ ୬ ଚୌକା ମାରିଲେ ପୃଥ୍ଵୀ ସ, ପରେ ଏମିତି ପ୍ରତିଶୋଧ ନେଲେ ବୋଲର, ସାମ୍ନାକୁ ଆସିଲା ଭିଡିଓ

30/04/2021 at 10:01 PM

ନୂଆଦିଲ୍ଲୀ ୩୦।୦୪: ଆଇପିଏଲ୍ ୨୦୨୧ର ୨୫ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଓପନିଂ ବ୍ୟାଟସମ୍ୟାନ ପୃଥ୍ଵୀ ସ ୪୧ ବଲ୍‌ରେ ୮୨ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ସ କେକେଆରର ଦ୍ରୁତ ବୋଲର ଶିବମ ମାଭିଙ୍କ ପ୍ରଥମ ଓଭରରେ ହିଁ ୬ ଚୌକା ମାରି ନିଜ ନାଁରେ ରେକର୍ଡ କରିଛନ୍ତି। ମାଭି ଓଭରର ପ୍ରଥମ ବଲ୍ ଓ୍ଵାଇଡ୍ ଦେଇଥିଲେ। ଏହା ପରେ ସ ଛଅ ବଲ୍‌ରେ ଛଅ ଚୌକା ମାରିଥଲେ। ଏହି ଓଭରରେ ମାଭି ୨୫ ରନ ବ୍ୟୟ କରିଥିଲେ।

ପୃଥ୍ଵୀ ସ ଆଇପିଏଲ୍‌ରେ ଗୋଟିଏ ଓଭରରେ ୬ ଚୌକା ମାରିବାରେ ଦ୍ଵିତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ତାଙ୍କ ପୂର୍ବରୁ ଆଜିଙ୍କ୍ୟ ରାହାଣେ ଏହି ରେକର୍ଡ କରିଛନ୍ତି। କିନ୍ତୁ ମ୍ୟାଚ୍‌ ପରେ ମାଭି ପୃଥ୍ଵୀ ସଙ୍କଠୁ ନିଜର ପ୍ରତିଶୋଧ ନେଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଆଇପିଏଲ୍‌ ନିଜର ଟ୍ଵିଟର ଆକାଉଣ୍ଟରେ ସେୟାର କରିଥିବା ଭିଡିଓରେ ମାଭି ସଙ୍କ ବେକ ମୋଡୁଥିବା ଦେଖିବାକୁ  ମିଳିଛି। ସଙ୍କୁ ଯନ୍ତ୍ରଣା ହେଉଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ଏହି ସମୟରେ ଦ୍ରୁତ ବୋଲର ଅବେଶ ଖାନ ମଧ୍ୟ ରହିଥିଲେ। ଏହି ପୂରା ଘଟଣାକ୍ରମ ମ୍ୟାଚ୍‌ ସରିବା ପରେ ସେହି ସମୟରେ ହୋଇଛି ଯେତେବେଳେ ଦୁଇ ଦଳର ଖେଳାଳି ପରସ୍ପର ସହ ହାତ ମିଳାଉଥିଲେ।

ଏହି ମ୍ୟାଚ୍‌ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୪ ରନ କରିଥିଲା। ଶୁବମାନ ଗିଲ୍ ୪୩ ଓ ଆନ୍ଦ୍ରେ ରସେଲ ୪୫ ରନ କରିଥିଲେ। ଜବାବରେ ଦିଲ୍ଲୀ ୧୬.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ସେ ୧୮ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଚଳିତ ସିଜିନ୍‌ରେ ଏହା ଦ୍ରୁତତମ ଅର୍ଦ୍ଧଶତକ। ଆଉଟ୍ ହେବା ପୂର୍ବରୁ ସ ୪୧ ବଲ୍‌ରୁ ୮୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

   Related Posts