Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ପୃଥ୍ବୀ ସ’ ଙ୍କୁ BCCIର ଛାଟ : ‘ପ୍ରଥମେ ଓଜନ କମ କର, ତା ପରେ ଟିମରେ ସିଲେକ୍ସନ୍‌ ନେଇ ହେବ ବିଚାର’

8/05/2021 at 5:09 PM

ନୂଆଦିଲ୍ଲୀ ୦୮/୦୫ : ଆଇପିଏଲ ୨୦୨୧ ଏବଂ ଘରୋଇ କ୍ରିକେଟ୍‌ରେ ଦମଦାର ପ୍ରଦର୍ଶନ କରିଥିବା ପୃଥ୍ବୀ ସ’ ଙ୍କୁ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳରେ ସ୍ଥାନ ମିଳିନି । ପୃଥ୍ବୀ ଭଲ ଫର୍ମରେ ଥାଇ ମଧ୍ୟ କାହିଁକି ଦଳରେ ସ୍ଥାନ ମିଳିଲାନି ତାହାକୁ ନେଇ ପୂର୍ବତନ କ୍ରିକେଟର ତଥା ଚୟନକର୍ତ୍ତା ପ୍ରଶ୍ନ ଉଠାଇଥିଲେ । କିନ୍ତୁ ପୃଥ୍ବୀଙ୍କୁ ଦଳରେ କାହିଁକି ସାମିଲ କରାଯାଇ ନାହିଁ ତାହାର କାରଣ ବର୍ତ୍ତମାନ ସାମ୍ନାକୁ ଆସିଛି । ଚୟନକର୍ତ୍ତାମାନେ ଚାହୁଁଛନ୍ତି ପୃଥ୍ବୀ ସ ନିଜ ଶରୀର ଓଜନ କମ କରାନ୍ତୁ । ଏହା ପରେ ଯାଇ ତାଙ୍କ ନାଁକୁ ବିଚାରକୁ ନିଆଯିବ ।

NZ Vs IND, 1st Test: Prithvi Shaw Flatters To Deceive, Again; Angry Fans  Roast The Opener

ସୂତ୍ରାନୁସାରେ, ୨୧ ବର୍ଷୀୟ ହୋଇସାରିଥିଲେ ସୁଦ୍ଧା ପୃଥ୍ବୀ ସ କୁଆଡେ ପଡିଆ ମଧ୍ୟରେ ବେଶ ଧିମେଇଯାଉଛନ୍ତି । ସେଥିପାଇଁ ଓଜନ କମାଇବା ନିହାତି ଜରୁରୀ । ଅ​‌େ​‌ଷ୍ଟଲିଆ ଗସ୍ତ ସମୟରେ ତାଙ୍କ ଫିଲ୍ଡିଂକୁ ନେଇ ପ୍ରଶ୍ନ ଉଠିଥିଲା । ତାଙ୍କ ମଧ୍ୟରେ ଖେଳୁଆଡ ମନୋଭାବ ଦେଖିବାକୁ ମିଳୁନଥିଲା । ଏକାଗ୍ରତା କମିଯାଇଥିବା ଭଳି ମନେହେଉଥିଲା ।

ଓଜନ ପାଇଁ ଟିପ୍ପଣୀ ଦିଆଯିବା ଘଟଣା ପ୍ରଥମ ନୁହେଁ । ପୃଥ୍ବୀଙ୍କ ପୂର୍ବରୁ ଋଷଭ ପନ୍ତଙ୍କୁ ମଧ୍ୟ ଶରୀରର ଓଜନ ପାଇଁ ବିଭିନ୍ନ ମନ୍ତବ୍ୟ ପ୍ରକାଶ ପାଇଥିଲା । ଏହା ପରେ ସେ ଓଜନ କମାଇବା ପାଇଁ ଖୁବ ମେହନତ୍‌ କରିଥିଲେ । ଯାହାର ଫଳ ମଧ୍ୟ ତାଙ୍କୁ ମିଳିଥିଲା । ପନ୍ତ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର ଜଣେ ନିର୍ଭରଯୋଗ୍ୟ ଖେଳାଳୀଭାବେ ବିବେଚିତ ହେଉଛନ୍ତି । ସେ ଟେଷ୍ଟ ମ୍ୟାଚ୍‌ ହେଉ ଅବା ଦିନିକିଆ କିମ୍ବା ଟି-୨୦, ତିନିଟି ଯାକ ଫର୍ମାଟ୍‌ରେ ନିଜର ଦବଦବା ଜାରି ରଖିଛନ୍ତି ଋଷଭ ପନ୍ତ ।

Prithvi Shaw Likely To Return For Melbourne Test - sportslibro

   Related Posts