ଟେଷ୍ଟ ସିରିଜ୍‌ ଖେଳିବାକୁ ଇଂଲଣ୍ଡ ଯିବେ ପୃଥ୍ବୀ ଶ ଏବଂ ସୂର୍ଯ୍ୟକୁମାର, ଆହତ ଖେଳାଳିଙ୍କ ସ୍ଥାନ ନେବେ

Published By : Prameya-News7 Bureau | July 24, 2021 IST

ନୂଆଦିଲ୍ଲୀ ୨୪/୭: ପୃଥ୍ବୀ ଶ ଓ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମ୍‌ରେ ସାମିଲ ହେବାକୁ ପ୍ରସ୍ତୁତ । ପ୍ରଥମ ଥର ଟେଷ୍ଟ ଖେଳିବାକୁ ସୂର୍ଯ୍ୟକୁମାରଙ୍କୁ ଡାକରା ମିଳିଛି। ଏହି ଦୁଇ ଖେଳାଳି ସବଷ୍ଟିଚ୍ୟୁଟ୍‌ ଖେଳାଳି ଭାବେ ଇଂଲଣ୍ଡ ଗସ୍ତ କରିବେ। ୩ ଜଣ ଖେଳାଳି ଆହତ ହୋଇଥିବା ବେଳେ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କ ସ୍ଥାନରେ ଖେଳିବାକୁ ଖେଳାଳିଙ୍କୁ ପଠାଇବା ପାଇଁ କହିଥିଲା । ଶୁଭମନ ଗିଲ, ଓ୍ବାଶିଂଟନ ସୁନ୍ଦର ଏବଂ ଆବେଶ ଖାନ ଆହତ ଯୋଗୁ ସେମାନେ ଦଳରୁ ବାହାରେ ଅଛନ୍ତି ।

ଟେଷ୍ଟ ସିରିଜ୍‌ ୪ ଅଗଷ୍ଟରୁ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ ବିପକ୍ଷରେ ଓ୍ବାର୍ଲଡ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଶୁଭମନ ଗିଲ ଆହତ ହୋଇଥିବା ବେଳେ କାଉଣ୍ଟି ଇଲେଭେନ୍‌ର ଅଭ୍ୟାସ ମ୍ୟାଚ୍‌ରେ ଆବେଶ ଖାନଙ୍କ ଆଙ୍ଗୁଳିରେ ଆଘାତ ଲାଗିଥିଲା। ଓ୍ବାଶିଂଟନଙ୍କ ଆଙ୍ଗୁଳିରେ ଲାଗିଥିବା ଆଘାତ ଯୋଗୁ ଯନ୍ତ୍ରଣା ବଢ଼ିଯାଇଛି। ଅଫ ସ୍ପିନର ଜୟନ୍ତ ଯାଦବଙ୍କୁ ଓ୍ବାଶିଟନ ସୁନ୍ଦରଙ୍କ ସ୍ଥାନରେ ବ୍ରିଟେନ ଯିବାର ଥିଲା। ଏବେ କେବଳ ସୂର୍ଯ୍ୟକୁମାର ଏବଂ ପୃଥ୍ବୀ ଶ ଯିବେ ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏନେଇ କହିଛନ୍ତି। ସେ କହିଛନ୍ତି, ‘ହଁ ପୃଥ୍ବୀ ଏବଂ ସୂର୍ଯ୍ୟକୁମାର ଶ୍ରଲଙ୍କାରୁ ବ୍ରିଟେନ ଯାଉଛନ୍ତି। ଜୟନ୍ତଙ୍କୁ ମଧ୍ୟ ଯିବାର ଥିଲା କିନ୍ତୁ କ୍ବାରେଣ୍ଟାଇନ୍‌ ଆବଶ୍ୟକତା ଯୋଗୁଁ ଯୋଜନାରେ କିଛି ପରିବର୍ତ୍ତନ ହୋଇଛି। ଜୟନ୍ତ ଏବେ ଯିବେ ନାହିଁ। ଦୁଇ ଖେଳାଳି କଲମ୍ବୋରୁ ଲଣ୍ଡନ ବବଲ୍‌ରୁ ବବଲ ଯିବେ। ଏମାନେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟରେ ଯିବେ କିମ୍ବା ଏହା ପରେ, ଏହା ଧାର୍ଯ୍ୟ କରାଯିବ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.