Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପୃଥ୍ବୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ ସଫଳ

16/10/2020 at 10:22 PM

ଭୁବନେଶ୍ବର ୧୬/୧୦: ଭାରତକୁ ମିଳିଲା ପୁଣି ଏକ ସଫଳତା। ପୃଥ୍ବୀ-୨ ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟରିମ୍‌ ଟେଷ୍ଟ ରେଞ୍ଜ (ଆଇଟିଆର)ରୁ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି । ଆଇଟିଆରର ୩ ନମ୍ବର ଲଞ୍ଚ ପ୍ୟାଡରୁ ସନ୍ଧ୍ୟା ୭:୩୪ରେ ଏହି ପରୀକ୍ଷଣ କରାଯାଇଛି ।

ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ଏହି ମଧ୍ୟମ ଦୂରଗାମୀ  କ୍ଷେପଣାସ୍ତ୍ରକୁ ଏକ ଯାନରୁ ନିକ୍ଷେପ କରାଯାଇଥିଲା ।

୫୦୦ରୁ ୧୦୦୦ କିଲୋଗ୍ରାମ ଓଜନର ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରି ୩୫୦ କିଲୋମିଟର ଟାର୍ଗେଟକୁ ଧ୍ବଂସ କରିପାରିବାର କ୍ଷମତା ରଖିଛି ପୃଥ୍ବୀ-୨  ।

   Related Posts