Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଛୁଟି କାଟିବାକୁ ଗୋଆ ଯାଉଥିଲେ ପୃଥ୍ବୀ ଶ’, ରାସ୍ତାରେ ଅଟକାଇଦେଲା ପୋଲିସ

14/05/2021 at 6:48 PM

ମୁମ୍ବାଇ ୧୪/୫: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ଶ’ ହେଲେ ହଟହଟ୍ଟା। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସ୍ଥଗିତ ହେବା ପରେ ସେ ଗୋଆ ଛୁଟି ମନାଇବାକୁ ବାହାରିଥିଲେ। କିନ୍ତୁ ମହାରାଷ୍ଟ୍ରର ଅମ୍ବୋଲିରେ ତାଙ୍କୁ ପୋଲିସ ଅଟକାଇଦେଲା। ପ୍ରାୟ ଘଣ୍ଟାଏ ଅଟକିବା ପରେ ପୋଲିସ ଯିବାକୁ ଅନୁମତି ଦେଇଥିଲା। ଏହାର କାରଣ ବିନା ଇ-ପାସରେ ଗୋଆ ଯାଉଥିଲେ ଶ’ । 

ତାଙ୍କ ପାଖରେ ଇ-ପାସ୍‌ ନଥିବାରୁ ପୋଲିସ ତାଙ୍କୁ ଆଗକୁ ଯିବାକୁ ଦେଇନଥିଲା। ଭାରତରେ କରୋନାର ଦ୍ବିତୀୟ ଲହର ଚାଲିଥିବା ବେଳେ ମହାରାଷ୍ଟ୍ରରେ ଲକଡାଉନ୍‌ ସହ ଅନେକ କଟକଣା ଲାଗୁ ହୋଇଛି। ପୃଥ୍ବୀ ଶ କେହ୍ଲାପୁର ରାସ୍ତା ଦେଇ ଗୋଆ ଯିବାକୁ ଯୋଜନା କରିଥିଲେ । ମହାରାଷ୍ଟ୍ରରୁ ଯାତ୍ରା କରିବାକୁ ହେଲେ ଇ-ପାସ୍‌ର ବ୍ୟବସ୍ଥା ରହିଛି। ଇ-ପାସ୍‌ ନଥିବାରୁ ପୋଲିସ ତାଙ୍କୁ ପାଖାପଖି ଏକ ଘଣ୍ଟା ରୋକିଥିଲା। ଅନଲାଇନ୍‌ରେ ଇ-ପାସ ପାଇଁ ଆବେଦନ କରିବା ପରେ ପୃଥ୍ବୀଙ୍କୁ ଯିବାକୁ ଦେଇଥିଲା ପୋଲିସ।

କହିରଖୁଛୁ, ଇଂଲଣ୍ଡ ଗସ୍ତ ପାଇଁ ପୃଥ୍ବୀ ଶଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇନାହିଁ। ଗତବର୍ଷ ଅଷ୍ଟେ୍ରଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଖରାପ ପ୍ରଦର୍ଶନ ପାଇଁ ମଧ୍ୟ ଟିମ୍‌ରେ  ସାମିଲ ହୋଇପାରିନଥିଲେ । ୨୧ ବର୍ଷୀୟ ପୃଥ୍ବୀ ଭାରତ ଫେରିବା ପ​‌ରେ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ। ଏହା ବ୍ୟତୀତ ଆଇପିଏଲ୍‌ ୨୦୨୧ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି ୮ ମ୍ୟାଚ୍‌ରେ ୩୦୮ ରନ୍‌ କରିଥିଲେ। ଏହା ପୂର୍ବରୁ ବିଜୟ ହଜାରେ ଟ୍ରଫିରେ ଶ’ ୮୦୦ରୁ ଅଧିକ ରନ୍‌ କରିଥିଲେ।

   Related Posts