Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଭାରତର ନୂଆ ଓପନିଂ ଯୋଡି, ଯୁବ ବ୍ୟାଟସମ୍ୟାନଙ୍କୁ ଭରସା କଲେ ବିରାଟ

4/02/2020 at 4:08 PM

ମୁମ୍ବାଇ ୦୪।୦୨: ଭାରତୀୟ ଓପନର ରୋହିତ ଶର୍ମା ଚଳିତ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍‌ ପଡିଛନ୍ତି । ଟି-ଟ୍ବେଣ୍ଟି ସିରିଜ୍‌ର ପଞ୍ଚମ ମ୍ୟାଚ୍‌ରେ ରୋହିତଙ୍କ ମାଂସପେଶୀରେ ଆଘାତ ଲାଗି ମ୍ୟାଚ୍‌ ଅଧାର ଛାଡି ପାଭିଲିୟନ ଫେରିଯାଇଥିଲା । ରୋହିତଙ୍କ ଆଘାତକୁ ନଜର ରଖି ଟେଷ୍ଟ ଓ ଦିନିକିଆ ଦଳରୁ ଆରାମ୍ ଦିଆଯାଇଛି । ଦିନିକିଆ ଟିମ୍‌ରେ ରୋହିତଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲ୍‌ଙ୍କ ଚୟନ କରାଯାଇଛି । ସେହିପରି ପୃଥ୍ବୀ ସଙ୍କୁ ଦିନିକିଆ ଦଳରେ ଚୟନ କରାଯାଇଛି ।  

ବୁଧବାର ଦିନ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟଚ୍‌ରେ  ନିଜ କ୍ୟାରିୟର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବେ ଯୁବ ପୃଥ୍ବୀ ସ। ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ସେ ଓପନିଂ କରିବେ ବୋଲି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସୂଚନା ଦେଇଛନ୍ତି । ପୃଥ୍ବୀ ଶିଖର ଧାଓ୍ବନଙ୍କ ସ୍ଥାନରେ ଦଳରେ ଚୟନ କରାଯାଇଛି । ଯୁବ ବ୍ୟାଟସମ୍ୟାନ ମୟଙ୍କ ଅଗ୍ରଓ୍ବାଲ ରୋହିତ ଶର୍ମାଙ୍କ ବଦଳରେ ଦିନିକିଆ ଦଳରେ ସାମିଲ ହୋଇଛନ୍ତି । କେ.ଏଲ ରାହୁଲ ମଧ୍ୟକ୍ରମରେ ବ୍ୟାଟିଂ କରିବେ ବୋଲି ବିରାଟ କୋହଲି ସୂଚନା ଦେଇଛନ୍ତି ।

ତେବେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଭାରତୀୟ ଅଧିନାୟକ କହିଛନ୍ତି ଯେ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇ , ଆମେ ସିରିଜକୁ ୨-୧ରେ ବିଜୟୀ ହୋଇଥିଲୁ । ଯାହାକି ଦଳର ଆତ୍ମବିଶ୍ବାସ ବଢିବାରେ ସହଯୋଗ ହୋଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-ଟ୍ବେଣ୍ଟି ସିରିଜରେ ଦଳ ଭଲ ପ୍ରଦର୍ଶନ କରିଛି । ଏହି ପ୍ରଦର୍ଶନକୁ ଆମ ଦଳ ଜାରି ରଖିବ ।

   Related Posts