Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଚୌଦ୍ବାର ଜେଲ ଭିତରୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଦଶହରା ଶୁଭେଚ୍ଛା : ଆଣ୍ଡ୍ରଏଡ ମୋବାଇଲରେ ଫେସବୁକ, ହ୍ବାଟ୍ସ ଆପ ଚାଟ୍, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

13/10/2019 at 10:31 AM

କଟକ ୧୩/୧୦: ଚୌଦ୍ବାର ଜେଲ ଭିତରୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଦଶହରା ଶୁଭେଚ୍ଛା । ତାହା ପୁଣି ସୋସିଆଲ ମିଡିଆରେ । ଜେଲ ଭିତରୁ ଭାଇରାଲ ହୋଇଥିବା ଏଭଳି ଫଟୋ ଦେଖିଲେ ଅନେକ ପ୍ରଶ୍ନ ଉଠୁଛି । ଅପରାଧୀଙ୍କ ହାତରେ ଆଣ୍ଡ୍ରଏଡ ମୋବାଇଲ ଜେଲ ଭିତରେ ଆସିଲା କିପରି ।

ପୂର୍ବରୁ ଚଢାଉ ବେଳେ ବହୁ ବାର ଫୋନ ମିଳିଥିବା ବେଳେ ଏବେ ଜେଲ ଭିତରକୁ ଆଣ୍ଡ୍ରଏଡ ଫୋନ ଆସିବା ସମସ୍ତଙ୍କୁ ଚକିତ କରିଛି । ଗତ ଦଶହରା ଦିନ ଦୁର୍ଦ୍ଦାନ୍ତ ଅପରାଧୀ କଟକର ରାଜା ବସ୍ତିଆ, ଡିକ୍ ରାହୁଲ ନାମକ ଫେସ ବୁକ ଆକାଉଣ୍ଟରେ ଏହି ଶୁଭେଚ୍ଛା ଜଣାଇଛି । କେବଳ ରାଜା ନୁହେଁ ବୋମା ମାଡ ଘଟଣାରେ ଲାଲବାଗ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ ଓରଫ ପ୍ରକାଶ ବେହେରା ମଧ୍ୟ ରାଜା ସହ ଫଟୋରେ ଦେଖିବାକୁ ମିଳିଛି । ଗତ ଜୁଲାଇ ମାସରୁ ରାଜା ବସ୍ତିଆ ଜେଲରେ ରହିଥିବା ବେଳେ ଅଗଷ୍ଟ ମାସରେ ହାଡିଆ ଗିରଫ ହୋଇ ଜେଲରେ ରହିଛି ।

ଜେଲ ଭିତରୁ ସୋସିଆଲ ମିଡିଆ ତଥା ଫେସବୁକରେ ଅପରାଧୀ ମାନେ ଏଭଳି ଶୁଭେଚ୍ଛା ଜଣାଇବା ଜେଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ନିକଟରେ ପୂଜା ପୂର୍ବରୁ ଜିଲ୍ଲାପାଳ, ପୋଲିସ କମିଶନର, ଡିସିପି ସମସ୍ତେ ପରିଦର୍ଶନରେ ଯାଇଥିବା ବେଳେ ଏଭଳି କାରବାର ଉପରେ କିଭଳି ନଜର ପଡିଲା ନାହିଁ ସେ ନେଇ ଉଠିଛି ପ୍ରଶ୍ନ । ଆସାଧୁ ଜେଲ କର୍ମଚାରୀ ଙ୍କ ପାଇଁ ଜେଲ ଭିତରେ ଅପରାଧୀ ମାନେ ବେଧଡକ ଭାବେ ସମସ୍ତ ବେଆଇନ କାର୍ଯ୍ୟ ଚାଲିଥିବା  ଅଭିଯୋଗ ହୋଇଛି।

   Related Posts