Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ବଜାରରେ ମିଳୁନାହିଁ ମାସ୍କ : ଆଇଟି କମ୍ପାନୀ ପାଇଁ କଏଦୀ ତିଆରି କଲେ ମାସ୍କ

18/03/2020 at 10:24 AM

ହାଇଦ୍ରାବାଦ ୧୮/୦୩ : କରୋନାର ଭୟାବହ ସ୍ଥିତି ଦେଖି ତାକୁ ବ୍ୟାପିବାରେ ରୋକିବା ପାଇଁ ଲୋକେ ସତର୍କ ହୋଇଗଲେଣି | ଭାଇରସକୁ ରୋକିବା ପାଇଁ ଲୋକେ ସରକାର ଜାରି କରିଥିବା ଆଡ଼ଭାଇଜାରୀ ଗ୍ରହଣ କରିଛନ୍ତି | ତେବେ ବଜାରରେ ବର୍ତ୍ତମାନ ମାସ୍କ ଓ ସାନିଟାଇଜରର ଚାହିଦା ଅଧିକ | କିନ୍ତୁ ଲୋକଙ୍କ ଚାହିଦା ଅନୁଯାୟୀ ବଜାରରେ ମାସ୍କ ଉପଲବ୍ଧ ନୁହଁ | ସେଥିପାଇଁ ଏବେ ବିଭିନ୍ନ ସଂସ୍ଥା ମାସ୍କ ତିଆରି କରି ବିଭିନ୍ନ କମ୍ପାନୀକୁ ଯୋଗାଉଛନ୍ତି | ଜେଲରେ ଥିବା କଏଦୀ ମଧ୍ୟ ଏଥିରୁ ପଛାଇ ନାହାନ୍ତି | ଭାଇରସକୁ ବ୍ୟାପିବାରେ ରୋକିବା ପାଇଁ କଏଦୀମାନେ ଏକ ବଡ ପଦକ୍ଷେପ ନେଇଛନ୍ତି | ଚଞ୍ଚଳଗୁଡା ଜେଲର କଏଦୀମାନେ ନିଜେ ମାସ୍କ ତିଆରି କରି ଆଇଟି କମ୍ପାନୀକୁ ଯୋଗାଉଛନ୍ତି |

ଏନେଇ ଜେଲ ଅଧିକାରୀ କହିଛନ୍ତି ଯେ, ୧୪ ଦିନ ପୂର୍ବରୁ ସେ ଏହି ପଦକ୍ଷେପ ନେଇଛନ୍ତି | ମାସ୍କ ତିଆରି କରି ବିଭିନ୍ନ ଆଇଟି କମ୍ପାନୀକୁ ଯୋଗାଉଛନ୍ତି | ଏହି ମାସ୍କ କପଡାରେ ତିଆରି | ଜେଲ ଅଧିକାରୀ କହିଛନ୍ତି, କପଡାରେ ତିଆରି ଏହି ମାସ୍କ ସଫା କରାଯାଇପାରିବ ଏବଂ ପୁଣିଥରେ ବ୍ୟବହାର ଯୋଗ୍ୟ | ଏହା ସିଙ୍ଗଲ ୟୁଜ ମାସ୍କ ନୁହଁ | ସେମାନେ ତିଆରି କରୁଥିବା ମାସ୍କ ସିଙ୍ଗଲ ଲେୟାର, ଡବଲ ଲେୟାର ଓ ଥ୍ରୀ ଲେୟାର ବିଶିଷ୍ଟ | ତେବେ ଏହି ମାସ୍କ କୌଣସି ଦୋକାନରେ ଉପଲବ୍ଧ ନୁହେଁ ବୋଲି ସେ କହିଛନ୍ତି |

କରୋନାର ଭୟାବହତା ପରେ ବଜାରରେ ମାସ୍କ ଉପଲବ୍ଧ ନଥିଲା | ଏପରିକି ଔଷଧ ଦୋକାନରେ ମଧ୍ୟ ଉପଯୁକ୍ତ ପରିମାଣର ମାସ୍କ ଉପଲବ୍ଧ ନୁହଁ | ମାସ୍କର ଚାହିଦା ଦେଖି ଦୋକାନୀ ଏହାକୁ ଚଢା ଦାମରେ ବିକ୍ରି କରିବା ଆରମ୍ଭ କରିଥିଲେ | ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଜେଲ କର୍ତୃପକ୍ଷ ନିଜେ କଏଦୀମାନଙ୍କ ସହାୟତାରେ ମାସ୍କ ତିଆରି କରିବା ନିଷ୍ପତ୍ତି ନେଇଥିଲେ | କପଡାରେ ତିଆରି ଏହି ମାସ୍କ ଡିସପୋଜେବଲ ମଧ୍ୟ |

ଜେଲ କର୍ତୃପକ୍ଷଙ୍କ କହିବାନୁଯାୟୀ, କମ୍ପାନୀଗୁଡିକୁ ସେ ଏହି କପଡା ତିଆରି ମାସ୍କ ୧୬ ଟଙ୍କା ଲେଖାଏଁରେ ବିକ୍ରି କରୁଛନ୍ତି | କିଛି ଦିନ ପୂର୍ବରୁ କେରଳରେ ମଧ୍ୟ ଜେଲ କର୍ତୃପକ୍ଷ ଏହିଭଳି ପଦକ୍ଷେପ ଗ୍ରହଣ କରିଥିଲେ | କଏଦୀମାନଙ୍କ ଦ୍ୱାରା ମାସ୍କ ତିଆରି କରି ସେ ଯୋଗାଉଥିଲେ | ଥିରୁଅନନ୍ତପୁରମ ଜେଲରେ କଏଦୀମାନେ ୨ ଦିନ ଭିତରେ ୬ ହଜାର ମାସ୍କ ତିଆରି କରିଥିଲେ |  

   Related Posts