ବୁର୍ଲା ହସ୍ପିଟାଲ ବେଡରେ ଦୁଇଦିନ ଧରି ପଡି ରହିଲା ବିଚାରାଧୀନ କଏଦୀଙ୍କ ମୃତଦେହ: ବେଡ୍ ଛାଡି ଚାଲିଗଲେ ଅନ୍ୟରୋଗୀ, ଜେଲରଙ୍କ ଅବହେଳାରୁ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | May 20, 2019 IST

ସମ୍ବଲପୁର୨୦|୫: ଗୁରୁତର ଅସୁସ୍ଥ ବିଚାରଧୀନ ବନ୍ଦୀଙ୍କୁ  ଡାକ୍ତରଖାନା ନେବାରେ ବିଳମ୍ବ ଯୋଗୁଁ ମୃତ୍ୟୁ ଅଭିଯୋଗ, ଏବଂ ଏହାପରେ ବିନା ତଦନ୍ତରେ ମୃତଦେହ ଗ୍ରହଣ କରିବାକୁ ପରିବାର ଲୋକ ମନାକରିବା, ମୃତଦେହ ମେଡିକାଲ ବେଡ୍‌ରେ ଦୁଇ ଦିନ ପଡି ରହିବାକୁ ନେଇ ଅସନ୍ତୋଷ ଦେଖାଦେବା ପରେ କାର୍ଯାନୁଷ୍ଠାନକୁ ନେଇ ଏବେ ସମ୍ବଲପୁରରେ ଚର୍ଚ୍ଚା । ପଢନ୍ତୁ ଏ ରିପୋର୍ଟ ।

{"id":114003}

ଘଟଣାଟି ହେଉଛି ବୁର୍ଲା ଭୀମ୍‌ସାର ହୃଦରୋଗ ବିଭାଗର। ବିଭାଗର ୧୨ ନମ୍ବର ଖଟିଆ ଉପରେ ଦୁଇଦିନ ପଡିରହିଲା ମୃତଦେହ । ଏହାକୁ ନେଇ ଅନ୍ୟରୋଗୀ ଓ ସେମାନଙ୍କ ପରିବାର ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ  ନହବାରୁ ଡାକ୍ତରଖାନା ଛାଡି ଚାଲିଗଲେ ରୋଗୀ। ତଥାପି ବି କିଛି ହେଲାନି । ଶେଷରେ ଦୁଇଦିନ ପରେ, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯିବା ପରେ, ମୃତ ଦେହକୁ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

{"id":114004}

ମୃତକ ହେଉଛନ୍ତି, ବରଗଡ ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବରେ ଥିବା ରଞ୍ଜିତ୍‌ ପଟ୍ଟନାୟକ । ରଞ୍ଜିତ୍‌ଙ୍କୁ ଗତ ୬ତାରିଖରେ ବରଗଡ ଟାଉନ୍‌ ପୋଲିସ୍‌ ଏକ ନାବାଳିକା ଅସ୍‌ଦଆଚାରଣ ମାମଲାରେ ଗିରଫ କରିଥିଲା । ପୁର୍ବରୁ ମଧୂମେହ ଓ ଉଚ୍ଚରକ୍ତଚାପ ରୋଗରେ ପୀଡିତ ଥିବା, ରଞ୍ଜିତ୍‌ ଜେଲ୍‌ ଭିତରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ।  ହେଲେ ଜେଲ୍‌ ଅଧିକ୍ଷକ ନୀଳିମା କୁଲ୍ଲୁଙ୍କ ଖାମ୍‌ଖୀଆଲି ମନୋଭାବ ଓ ଅବହେଳା କାରଣରୁ, ରଞ୍ଜିତ୍‌ଙ୍କ ମୃତ୍ୟୁ ଘଟିଲା ବୋଲି, ମୃତକଙ୍କ  ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ମୃତ ରଞ୍ଜିତ୍‌ଙ୍କ ଭାଇଙ୍କ କହିବାନୁସାରେ, ଗତ ୧୬ତାରିଖ ରାତିରେ ରଞ୍ଜିତଙ୍କ ଅବସ୍ଥା ସଂକଟାପନ୍ନ ଥିବା ନେଇ ମେଡିକାଲ୍‌ରୁ ସେମାନେ ସୂଚନା ପାଇଥିଲେ। ବୁର୍ଲା ଫାଣ୍ଡି ଅଧିକାରୀ, ରଞ୍ଜିତଙ୍କ ଚିକିତ୍ସା କରୁଥିବା ଡାକ୍ତର,ବୁର୍ଲା ଥାନା ଅଧିକାରୀ ସମସ୍ତେ, ବରଗଡ ଜେଲ୍‌ ଅଧୀକ୍ଷକଙ୍କ ଟେଲିଫୋନ୍‌ ଯୋଗେ ଯୋଗାଯୋଗ କରି, ରଞ୍ଜିତ୍‌ଙ୍କୁ କଟକ ବଡମେଡିକାଲ୍‌ କିମ୍ବା, କୌଣସି ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ନେଇ କହିଥିଲେ । ହେଲେ  ଜେଲ୍‌ ଅଧିକ୍ଷକ ସବୁ ଠିକ୍‌ ଅଛି ବ୍ୟସ୍ତ ନାହିଁ ବୋଲି କହିବା ସହ, ଫୋନ୍‌ କାଟିଦେଇଥିଲେ।

{"id":114005}

ତେଣୁ ଜେଲ୍‌ ଅଧିକ୍ଷକ ନୀଳିମା କୁଲ୍ଲୁଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ସହ, ହତ୍ୟା ମାମଲା ଦାୟର କରିବାକୁ ପରିବାରୁ ପକ୍ଷରୁ ବୁର୍ଲାଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସେପଟେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ରଞ୍ଜିତଙ୍କ ଶବ ବ୍ୟବଛେଦ କରାଯିବା ସହ, ଭିଡିଓଗ୍ରାଫି ମଧ୍ୟ କରାଯାଇଛି। ମାଜିଷ୍ଟ୍ରେଟ୍‌ଙ୍କ କହିବା ହେଲା, ମାନବାଧୀକାର କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଇଛି, ସେହିପରି ବୁର୍ଲା ଥାନାଅଧିକାରୀଙ୍କ କହିବା ହେଲା, ଅଭିଯୋଗ ଅନୁସାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

{"id":114006}

ଜେଲ୍‌ ଭିତରେ ବିଚାରାଧୀନ ବନ୍ଦୀଙ୍କ ରହିବା ଓ ଚିକିତ୍ସା ପାଇଁ ମାନବାଧୀକାର କମିଶନଙ୍କ ସ୍ବତନ୍ତ୍ର ଗାଇଡ୍‌ଲାଇଲ୍‌ନ୍‌ ରହିଛି। ହେଲେ ଜେଲ୍‌ ଅଧିକ୍ଷକ ନିଜ ଇଛାନୁସାରେ କାର୍ଯ୍ୟ କରିବାରୁ ଜଣେ ବ୍ୟକ୍ତି ଦୋଷୀ ପ୍ରମାଣ ହେବା ପୂର୍ବରୁ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ, ଦୋଷୀ ଜେଲ୍‌ ଅଧୀକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

{"id":114007}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.