ଧରା ପଡିଲା ଫେରାର ବିଚାରଧୀନ କଏଦୀ, ଚିକିତ୍ସା ବେଳେ ଛୁ ମାରିଥିଲା

Published By : Prameya-News7 Bureau | August 29, 2019 IST

ବରଗଡ ୨୮: ଧରା ପଡିଲା ଫେରାର ବିଚାରଧୀନ କଏଦୀ ନକୁଳ ମାଝୀ । ନିଜ ହାତ କାଟି ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶୌଚ ଯିବା ବାହାନାରେ ଛୁ ମାରିଥିଲା ନକୁଳ । ତା ନାଁରେ ହତ୍ୟା ଓ ବନ୍ଧୁକ ଦେଖାଇ ବଟି ମାଗିବା ପରି ସଙ୍ଗୀନ ମାମଲା ରହିଛି ।

{"id":150421}

ଗତ ୨୨ ତାରିଖରେ ଫେରାର୍ ହୋଇଯାଇଥିବା ବେଳେ ଘଟଣାରେ ଦୁଇ ଜେଲ୍ କର୍ମଚାରୀ ନିଲମ୍ବିତ ହୋଇଥିଲେ । କାର୍ଯ୍ୟରେ ଅବହେଳା ଲାଗି କିରଣ ଯୋଶୀ ଓ ରମେଶ ହରି ନାମକ ଦୁଇ ଜେଲ୍ କର୍ମଚାରୀ ନିଲମ୍ବିତ ହୋଇଥିଲେ । ଟାଉନ୍ ଥାନା ଅନ୍ତର୍ଗତ ଜମୁର୍ଡା ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ନକୁଳଙ୍କ ବରଗଡ଼ କୋର୍ଟରେ ହାଜର ହେବାକୁ ଥିବାରୁ ନକୁଳଙ୍କୁ କୋର୍ଟ ନିଆଯାଇଥିଲା । ସେଠାରେ କୋର୍ଟ ହାଜତରେ କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବାମ ହାତକୁ ନିଜେ କାଟି ଦେଇଥିଲେ । ଫଳରେ ଚିକିତ୍ସା ପାଇଁ ତାଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

{"id":150422}

ସେହିପରି ନକୁଳ ବରପାଲିଠାରେ ଜଣେ ସରପଞ୍ଚଙ୍କୁ ବିଚ୍ ରାସ୍ତାରେ ବନ୍ଧୁକ ଦେଖାଇ ବଟି ମାଗୁଥିଲେ । ସ୍ଥାନୀୟ ଲୋକେ ନକୁଳକୁ କାବୁ କରି ପୋଲିସ ଜିମାରେ ଦେଇଥିଲେ । ସେହିଦିନଠାରୁ ସେ ବରଗଡ଼ ସବ ଜେଲ୍ ରେ ବିଚାରାଧୀନ କଏଦୀ ଥିଲେ ।  ଆଜି କୌଣସି ସୂତ୍ରରୁ ଖବର ପାଇ ନିଲମ୍ବିତ ୨ କାର୍ମଚାରୀଙ୍କ ସମେତ ଚାରିଜଣ ଜେଲ୍ କର୍ମଚାରୀ ବରଗଡ଼ ରେଳ ଷ୍ଟେସନରୁ ନକୁଳକୁ କାବୁ କରିଛନ୍ତି । ପରେ ତାକୁ ବରଗଡ଼ ଟାଉନ୍ ପୋଲିସକୁ ହସ୍ତାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.