ଭୟଭୀତ ରାଉରକେଲା ସ୍ବତନ୍ତ୍ର ଜେଲ୍ ଅନ୍ତେବାସୀ, ୬ କରୋନା ସଂକ୍ରମିତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଧାରଣା

Published By : Prameya-News7 Bureau | June 10, 2020 IST

ରାଉରକେଲା ୧୦।୬: ରାଉରକେଲା ସ୍ବତନ୍ତ୍ର ଜେଲ୍ ଅନ୍ତେବାସୀଙ୍କ ଧାରଣା ଦେଇଛନ୍ତି । ଜେଲ୍ ର ୬ ଜଣ ଅନ୍ତେବାସୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ଅନ୍ୟ ଅନ୍ତେବାସୀମାନେ ଭୟଭୀତ ହୋଇପଡିଛନ୍ତି । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ୬ ଜଣ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ ସହ ସମସ୍ତ ଜେଲ୍ ଅନ୍ତେବାସୀଙ୍କ କୋଭିଡ୍ ପରୀକ୍ଷା କରିବାକୁ ଧାରଣାରତ ଅନ୍ତେବାସୀ ଦାବି କରିଛନ୍ତି ।

ଏପରିକି କିଛି ଅନ୍ତେବାସୀ ମଙ୍ଗଳବାରଠାରୁ ଖାଦ୍ୟ ମଧ୍ୟ ଗ୍ରହଣ କରିନାହାନ୍ତି । ଜେଲ୍ କର୍ତ୍ତୃପକ୍ଷ ସହ ପ୍ରଶାସନ ଧାରଣାରତ ଜେଲ୍ ଅନ୍ତେବାସୀଙ୍କ ବୁଝାଇବାକୁ ଉଦ୍ୟମ ଜାରି ରଖିଛନ୍ତ ।

ଗତ ୭ ତାରିଖରେ ରାଉରକେଲା ଜେଲ୍‌ର ୬ ଜଣ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନେ ସମସ୍ତେ ରାଉରକେଲା ସ୍ବତନ୍ତ୍ର ଜେଲ୍‌ରେ କ୍ବାରେଣ୍ଟାଇନ୍‌ରେ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.