ଭଲ ଆଚରଣ ପାଇଁ ଜେଲ୍ରୁ ମୁକୁଳିଥିଲେ କଏଦୀ, ପୁଣି ୨ଜଣଙ୍କୁ ହତ୍ୟା କରି ଗଲେ ଜେଲ୍

Published By : Prameya-News7 Bureau | November 26, 2018 IST

ବିହାର ୨୬|୧୧:  ଗାନ୍ଧି ଜୟନ୍ତୀରେ କଏଦୀଙ୍କୁ ଭଲ ଆଚରଣ ପାଇଁ ଜେଲ୍ ରୁ ମୁକ୍ତ କରିଥିଲେ ଜେଲ୍ କର୍ତ୍ତୃପକ୍ଷ । ମାତ୍ର ମୁକୁଳିବାର ଦେଢମାସ ପରେ ଦୁଇ ଜଣଙ୍କୁ ହତ୍ୟା କରି ପୁଣି ଗିରଫ ହୋଇ ଜେଲ୍ ଗଲେ କଏଦୀ । ସେହି କଏଦୀ ଜଣଙ୍କ ହେଉଛନ୍ତି ପଓ୍ବନ କୁମାର । ସେ ବିହାରର ଓ୍ବରଙ୍ଗାବାଦ ଜିଲ୍ଲା ନବୀନଗର ଥାନା ପୋଖରାହି ଗାଁର ବାସିନ୍ଦା। ସେ ଆର୍ମସ ଆକ୍ଟ ମାମଲାରେ ଜେଲ୍ ରେ ସାତ ବର୍ଷର ସଜ୍ଜା କାଟୁଥିଲେ । ଜେଲ୍ ରେ ରହୁଥିବା ପଓ୍ବନ କୁମାରଙ୍କ ସହ ଅନ୍ୟ କିଛି କଏଦୀଙ୍କୁ ୨ ଅକ୍ଟୋବର ଗାନ୍ଧି ଜୟନ୍ତୀରେ ସ୍ବତନ୍ତ୍ର ଭାବେ ଜେଲ୍ ରୁ ମୁକ୍ତ କରାଯାଇଥିଲା । ସେମାନଙ୍କର ଭଲ ଆଚରଣ ପାଇଁ ସମୟ ଅବଧି ସରିବା ପୂର୍ବରୁ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ମୁକ୍ତ ହେବା ପରେ ସେ ଜେଲ୍ ରୁ ବାହାରକୁ ଆସିଥିଲେ । ମାତ୍ର ଦେଢ ମାସ ପରେ ପୁଣି ଥରେ ଜଣଙ୍କୁ ହତ୍ୟା କରି ଜେଲ୍ ଯାଇଛନ୍ତି । ସୂଚନା ଅନୁସାରେ ଜେଲ୍ କୁ ବାହାରକୁ ଆସିବା ପରେ ସେ ତାଙ୍କ ସ୍ତ୍ରୀଙ୍କର ପ୍ରେମ ସଂପର୍କ ରହିଥିବା ଜାଣିବାକୁ ପାଇଥିଲେ । ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ମହମ୍ମଦ ସଫିକ୍ ଯିଏକି କିଛି ମାସ ତଳେ ତାଙ୍କ ସହ ଜେଲ୍ ରେ ରହୁଥିଲେ । ଏହା ଜାଣିବା ପରେ ପଓ୍ବନ ରାଗରେ ଆସି ନଭେମ୍ବର ୪ତାରିଖରେ ମହମ୍ମଦ ସଫିକ୍ ଏବଂ ତାଙ୍କର ସଂପର୍କୀୟ ଭାଇ ମହମ୍ମଦ ଗଦିଙ୍କୁ ହତ୍ୟା କରିଦେଇଥିଲେ । ପ୍ରଥେମ ଦୁହିଁଙ୍କୁ ଗୁଳିମାରିବା ପରେ ପାଣିରେ ବୁଡାଇ ହତ୍ୟା କରିଥିଲେ । ପୋଲିସ ପଓ୍ବନକୁ ୧୮ନଭେମ୍ବରରେ ନବୀନଗରରୁ ଗିରଫ କରି ପୁଣି ସେହି ଜେଲ୍ କୁ ପଠାଇଦେଇଛି ଯେଉଁଠାରୁ ସେ ତାଙ୍କର ଭଲ ଆଚରଣ ପାଇଁ ମୁକୁଳିଥିଲେ । ପଓ୍ବନଙ୍କ ଏଭଳି କର୍ତ୍ତୃତ୍ବର ପରିଣାମ ଜେଲ୍ ଅଧୀକ୍ଷକଙ୍କୁ ଭୋଗିବାକୁ ପଡିଛି । ଜେଲ୍ ଅଧୀକ୍ଷକଙ୍କୁ ତାଙ୍କ ପଦବୀରୁ ହଟାଇଦିଆଯାଇଛି । ଜେଲ୍ ରେ ଭଲ ଆଚରଣ ପାଇଁ ପ୍ରତି ବର୍ଷ ଗାନ୍ଧି ଜୟନ୍ତୀରରେ କିଛି କଓଦୀଙ୍କୁ ମୁକ୍ତ କରାଯାଇଥାଏ । ଚଳିତବର୍ଷ ବିହାର ସରକାର ଆଜୀବନ ସଜ୍ଜା କାଟୁଥିବା ଏବଂ ୨୦ବର୍ଷ ଜେଲ୍ ରେ ରହିସାରିଥିବା ୩୪ଜଣ କଏଦୀଙ୍କୁ ମୁକ୍ତ କରିଥିଲେ । ତେବେ ୨୭ବର୍ଷୀୟ ପଓ୍ବନ ଯିଏକି ଆର୍ମସ ଆକ୍ଟ ମାମଲାରେ ୭ବର୍ଷ ସଜ୍ଜା କାଟୁଥିଲେ କିଭଳି ଭାବେ ତାଙ୍କୁ ଛଡାଯାଇଥିଲା ତାହାର ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.