ଉପ-କାରାଗାରରୁ ଚମ୍ପଟ ମାରିଲା କଏଦୀ

Published By : Prameya-News7 Bureau | June 20, 2019 IST

କରଞ୍ଜିଆ ୨୦|୬: ଜେଲରୁ କଏଦୀ ଫେରାର । କେନ୍ଦୁଝର ଜିଲ୍ଲା କରଞ୍ଜିଆ ଉପ କାରାଗାରରୁ ୪ଦିନ ଦିନ ହେବ ଜଣେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର ହେବା ଘଟଣା ସାମ୍ନାକୁ ଆସିଛି । ଗତ ୧୬ ତାରିଖରୁ ଭଗବାନ ଟୁଡୁ ନାମକ ଜଣେ କଏଦୀ ଫେରାର ହେବା ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ନାମରେ ସଙ୍ଗୀନ ଅଭିଯୋଗ କରିଛନ୍ତି ଜଣେ ଜେଲ୍ କର୍ମଚାରୀ ସୁକାନ୍ତ ବେହେରାଙ୍କ ପରିବାର ଲୋକେ । ସେମାନେ କହିଛନ୍ତି ଉକ୍ତ କଏଦୀଙ୍କୁ ଜେଲ୍ କର୍ତ୍ତୃପକ୍ଷ ଲଷ୍ମୀଧର ଟୁଡୁ ତାଙ୍କ ନିଜ ସରକାରୀ ବାସଭବନରେ ନିଜସ୍ଵ କାର୍ଯ୍ୟ କରାଉଥିବାବେଳେ ସେ ସେହିଠାରୁ ହିଁ ଫେରାର ହେଇଛି । କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ସୁକାନ୍ତ ବେହେରାଙ୍କ ଉପରେ ଦୋଷ ଲଦି ଦେବାରୁ ସେ ମାନସିକ ଭାରସାମ୍ୟ ହରାଇ ୩ ଦିନ ହେବ ନିଖୋଜ ଅଛନ୍ତି । ଏନେଇ କରଞ୍ଜିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଜନୈକ କର୍ମଚାରୀଙ୍କ ପରିବାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.