ଚୌଦ୍ବାର ୨୪|୬: ଚୌଦ୍ବାର ଜେଲରେ କଏଦୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ କଏଦୀ ଜଣକ ହେଉଛନ୍ତି କଟକ ବିଡାନାସିର ରମେଶ ପ୍ରଧାନ । ଜେଲରେ ଥିବା ଅନ୍ୟ ଜଣେ କଏଦୀ ଜଳଧର ସ୍ବାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବଗିଚାରେ କାମ କରୁଥିବା ବେଳେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଗୁରୁତର ଅବସ୍ଥାରେ ରମେଶଙ୍କୁ ଏସସିବି ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଜେଲ୍ ୱାଡେନ ବାସୁଦେବ ବାସ୍କେଙ୍କୁ ସସପେଣ୍ଡ କରାଯାଇଛି ।
{"id":126520}ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ବେଳେ କିଛି କଏଦୀ ଜେଲ ଭିତରେ ଥିବା ବଗିଚାରେ କାମ କରୁଥିଲେ। ସେମାନଙ୍କ ମଧ୍ୟରେ ରମେଶ ମଧ୍ୟ ଥିଲା । ସେଠାରେ କାମ କରୁଥିବା ଅନ୍ୟ ଜଣେ କଏଦୀ ସହ ରମେଶର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କଏଦୀ ଜଣକ କାମ କରୁଥିବା ଗଏଥିରେ ରମେଶକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ରମେଶର ମୃତ୍ୟୁ ହୋଇଥିଲା। ପରେ ତାକୁ କଟକ ଏସସିବି ମେଡିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଜେଲ୍ ପକ୍ଷରୁ ଚୌଦ୍ବାର ଥାନାରେ ଏ ବିଷୟରେ ରିପୋର୍ଟ କରାଯାଇଥିବା ଜଣାପଡିଛି । ଜେଲ୍ ମଧ୍ୟରେ ଜଣେ କଏଦୀଙ୍କୁ ଏଭଳି ହତ୍ୟା କରାଯିବା ଏଠିକାର ନିରାପତ୍ତା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ ରମେଶ ପ୍ରଧାନ ଓ ତାଙ୍କୁ ହତ୍ୟା କରିଥିବା ଜଳଧର ସ୍ବାଇଁ ଉଭୟ ହତ୍ୟା କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣାପଡିଛି । ଘଟଣା ପରେ ଜେଲ୍ ୱାର୍ଡେନ ବାସୁଦେବ ବାସ୍କେଙ୍କୁ ସସପେଣ୍ଡ କରିଛନ୍ତି ଜେଲ୍ ସୁପରିଟେଣ୍ଡେଣ୍ଟ ।