ସମ୍ବଲପୁର ମଣ୍ଡଳ ଜେଲରେ କଏଦୀଙ୍କୁ ଜେଲର୍ ମାଡ଼ ମାରିଥିବା ଅଭିଯୋଗ : ଗୁରୁତର ଅବସ୍ଥାରେ ବୁର୍ଲା ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | March 09, 2020 IST

ସମ୍ବଲପୁର ୯/୩: ସମ୍ବଲପୁର ମଣ୍ଡଳ ଜେଲରେ କଏଦୀଙ୍କୁ ମାଡ । କଏଦୀଙ୍କୁ ଜେଲ ଓ୍ବାର୍ଡରଙ୍କ ମାଡ ଯୋଗୁଁ ହାତ ଭାଙ୍ଗିଥିବା ଅଭିଯୋଗ । ଦୁଇଜଣ କଏଦୀଙ୍କ ଗଣ୍ଡଗୋଳର ସମାଧାନ କରିବାକୁ ଯାଇ ଜେଲ ଓ୍ବାର୍ଡର ଜଣକ ଆଜୀବନ ସଜା କାଟୁଥିବା କଏଦୀ ଅବିନାଶ ବେହେରାକୁ ମାଡ ମାରିଥିଲେ । ଫଳରେ ତାଙ୍କର ହାତ ଭାଙ୍ଗିବା ସହ ସେ ଗୁରୁତର ହୋଇ ବୁର୍ଲାରେ ଭର୍ତି ହୋଇଛନ୍ତି ।

{"id":235347,"sizeSlug":"large"}

ଏହା ସହ ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଚିହ୍ନ ରହିଛି । ସମ୍ବଲପୁରର ଅବିନାଶ ବେହେରା ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲେ । ମାଡ ଘଟଣାକୁ ସ୍ବୀକାର କରିଛନ୍ତି ଜେଲର । ହେଲେ କେବଳ ଆହତ ହୋଇଥିବା କହିଛନ୍ତି । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.